Saturday, March 7, 2026
Homeଅଘଟଣଗାଇସିଲେଟ ବ୍ଲକରେ ବାଟବଣା ଜଳଛତ୍ର ଯୋଜନା: ପିଇବା ପାଣି ପାଇଁ ଡହଁକ ବିକଲ ବାଟୋଇ।

ଗାଇସିଲେଟ ବ୍ଲକରେ ବାଟବଣା ଜଳଛତ୍ର ଯୋଜନା: ପିଇବା ପାଣି ପାଇଁ ଡହଁକ ବିକଲ ବାଟୋଇ।

ଗାଇସିଲେଟ- ଅପ୍ରେଲ ମାସରେ ଦିନ ୧୧ଟା ବାଜିଲେ ୪୧° ସେଲସିୟସ ତାପମାତ୍ରା ଆକାଶରୁ ଅଗ୍ନି ବର୍ଷା ହେଉଛି। ଏପରି ଘଡିସନ୍ଦି ମୁହୁର୍ତ୍ତ ରେ ଗାଇସିଲେଟ ବ୍ଲକର କୈାଣସି ଗୋଟିଏ ବି ପଞ୍ଚାୟତ ରେ ଜଳ ଛତ୍ର ଟିଏ ଖୋଲାଯାଇ ନାହିଁ। ଯେଉଁଥିପାଇଁ ବାଟୋଇ ମାନେ ବାଧ୍ୟ ହୋଇ ପକେଟରୁ ଟଙ୍କା ଖର୍ଚ୍ଚକରି ଦୋକାନରୁ ବୋତଲ ପାଣି କିଣି ପିଉଥିବା ଦେଖିବାକୁ ମିଲୁଛି।ପରିବାରର ସହିତ ଛୋଟଛୋଟ ପିଲାଙ୍କୁ ନେଇ କିଏ ବିବାହ ବ୍ରତଘର, ଶୁଦ୍ଧି କ୍ରିୟା ଘର ଯାଉଛନ୍ତି ତ କିଏ ଜରୁରୀ କାମରେ ଘରୁ ବାହାରୁଛନ୍ତି।ରାସ୍ତାରେ ଯିବାଆସିବା କଲାବେଳେ କୈାଣସି ଛକରେ ଜଳଛତ୍ର ଟିଏ ନଥିବାରୁ ପିଇବା ପାଣି ଟୋପାଏ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଲୁଛି।ଏହି ସମସ୍ୟାକୁ ଦୃଷ୍ଟି ଗୋଚର କରି ଯୁଦ୍ଧ କାଲିନ ଭିତ୍ତିରେ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦକ୍ଷେପ ନିଅନ୍ତୁ ବୋଲି ବୁଦ୍ଧିଜୀ ମହଳରେ ଦାବି ହେଉଛି।

error: Content is protected !!