ଗାଇସିଲେଟ-ଏପ୍ରିଲ ୧ ଓଡ଼ିଶା ଦିବସରୁ ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ ଯାଏଁ ରାଜ୍ୟରେ ପାଳନ ହେବ ଓଡ଼ିଆ ପକ୍ଷ ଦିବସ। ଓଡ଼ିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି, ଇତିହାସ, ଐତିହ୍ୟ, ନୃତ୍ୟ, ସଂଗୀତ, ପରମ୍ପରା ହେଉଛି ଓଡ଼ିଆ ଜାତିର ଗର୍ବ ଆଉ ଗୌରବ ତେଣୁ ଏହାକୁ ନେଇ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅପ୍ରେଲ ୧ ତାରିଖ ଓଡ଼ିଶା ଦିବସ ଠାରୁ ୧୪ ଅପ୍ରେଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆ ଯାଇଛି। ଦୀର୍ଘ ୧୪ ଦିନ ଧରି ରାଜ୍ୟବ୍ୟାପି ଜିଲ୍ଲାସ୍ତରୀୟ,ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ପକ୍ଷରୁ ବୁରୋମୁଣ୍ଡା ସ୍ଥିତ କଳାଗ୍ରାମରେ ବ୍ଲକ ସ୍ତରୀୟ ଓଡ଼ିଆ ପକ୍ଷ ଦିବସ ଏବଂ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ତାହିର ହୁସେନ,ବିଡିଓ ଲକ୍ଷ୍ମଣ ମାଝୀ, ଏବିଡିଓ ଭୀଷ୍ମ ମାଝି,ସମିତିସଭ୍ୟ ସରୋଜ ଶ୍ରିଭୂଷଣ ସାହୁ,ଗାଇସିଲେଟ ସରପଞ୍ଚ ଶରତ କାଲୋ,କଳାପ୍ରେମି ରବିରତନ ସାହୁ,ସମିତି ସଭ୍ୟ ଜିନ୍ଦା ଭୋଇ, ଆନନ୍ଦ ମଟାରି ପ୍ରମୁଖ ଉପସ୍ଥିତ ଥିବା ବେଳେ ଶ୍ରୀଯୁକ୍ତ ନବୀନ ସାହୁ ମଞ୍ଚ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବୋଧନ ସାଂସ୍କୃତିକ ଅନୁଷ୍ଠାନ ତୋରା,ଉପାୟ ସାଂସ୍କୃତିକ ଅନୁଷ୍ଠାନ ମାଣ୍ଡୋସିଲ ଯୋଗ ଦେଇ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ପରିଶେଷରେ ଅତିଥି ମାନେ ବରିଷ୍ଠ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପାଣ୍ଡବ ନନ୍ଦ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବ୍ଲକର ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ । ତେବେ ଲୋକକଳା କୁ ବଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସ କୁ କଳାକାର ଓ ଅଞ୍ଚଳ ବାସୀ କୃତଜ୍ଞତା ଜଣାଇଥିଲେ ।


