Saturday, March 7, 2026
Homeରାଜ୍ୟଗାଇସିଲେଟ ଥାନାରେ ମା'ଙ୍କ ନାଁରେ ଗଛଟିଏ କାର୍ଯ୍ୟକ୍ରମ ।

ଗାଇସିଲେଟ ଥାନାରେ ମା’ଙ୍କ ନାଁରେ ଗଛଟିଏ କାର୍ଯ୍ୟକ୍ରମ ।

ଗାଇସିଲେଟ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ବୃକ୍ଷରୋପଣ ଆହ୍ବାନ ଆଜି ସବୁଠି ପ୍ରବଳ ଆଗ୍ରହ ସୃଷ୍ଟି କରିଥିଲା । ‘ମା’ ଙ୍କ ପାଇଁ ଗଛଟିଏ ‘ ଭଳି ଏକ ସୁନ୍ଦର ଆହ୍ଵାନ ସାରା ରାଜ୍ୟରେ ସବୁରି ମନରେ ଗଛ ଲଗାଇବା ପାଇଁ ଉତ୍ସାହ ଭରି ଦେଇଥିଲା । ତେବେ ଏହି ଅବସରରେ ଗାଇସିଲେଟ ଥାନା ପକ୍ଷୁରୁ ଥାନା ପରିସରରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା । ଥାନାଧିକାରୀ ଏମ.ମିଞ୍ଜ ମା ଯେପରି ଆମକୁ ଜୀବନ ଦେବା ସହ ଯତ୍ନ ନେଇଥାଏ ,ସେହିପରି ଗଛ ମଧ୍ୟ ଆମକୁ ଅମ୍ଳଜାନ ସହ ଫଳ,ପୁଷ୍ପ ପ୍ରଦାନ କରେ ।

ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ଗଢିବାରେ ଏହି ଆହ୍ବାନ ବେଶ୍ ଉପଯୋଗୀ ହୋଇପାରିବ ବୋଲି କହିବା ସହିତ ସମସ୍ତ କର୍ମଚାରୀ ମାନଙ୍କୁ ଗୋଟିଏ ଗୋଟିଏ ଗଛ ଲଗାଇବା ସହ ଏହାର ଉପଯୁକ୍ତ ଯତ୍ନ ନେବା ପାଇଁ ଅନୁରୋଧ କରିଥିବା ବେଳେ ଏସ.ଆଇ ପ୍ରଦୀପ କୁମାର ତ୍ରିପାଠୀ, ଏ. ଏସ. ଆଇ ଗିରିଶ କୁମାର ପଧାନ,ସନ୍ତୋଷ କୁମାର ବିଶ୍ବାଳ,ହାବିଲଦାର ରାଜକୁମାର ଯୋଷୀ,କନେଷ୍ଟବଳ ବ୍ୟାସ ସାହୁ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଚାରା ରୋପଣ କରିଥିଲେ ।

error: Content is protected !!