Saturday, March 7, 2026
Homeରାଜ୍ୟଗାଇସିଲେଟ ଠାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ନୂତନ ଥାନାଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା।

ଗାଇସିଲେଟ ଠାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ନୂତନ ଥାନାଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ଥାନାରେ ନୂତନ ଥାନାଧିକାରୀ ଭାବେ ଏମ. ମିଞ୍ଜ ଯୋଗ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଗାଇସିଲେଟ ୟୁଥ୍ କ୍ଳବ୍ ସଭାପତି ରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ୟୁଥ୍ କ୍ଳବ୍,ଗ୍ରାମ୍ୟ ଉନ୍ନୟନ କମିଟି,ବଣିକ ସଂଘ,ବରିଷ୍ଠ ନାଗରିକ ସଂଘ ତଥା ବିଭିନ୍ନ ଅନୁଷ୍ଠାନ ତରଫରୁ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ସରପଞ୍ଚ ଶରତ ଚନ୍ଦ୍ର କାଲୋ, ଜନକ କଲେତ,ଖିରେଶ୍ୱର ସେଠ,ରବୀନ୍ଦ୍ର ପଣ୍ଡା,ଗଣେଶ ପଣ୍ଡା,ସୋନୁ ପଣ୍ଡା,ବିକ୍ରମ ପୁରୋହିତ,ସୁରେଶ ପାଣିଗ୍ରାହୀ,ମନୋହର ପାଣିଗ୍ରାହୀ,ପୁରୁଷୋତ୍ତମ ସାହୁ, ଦୈତାରି ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କ୍ରମରେ ଅଞ୍ଚଳର ଆଇନ ଶୃଙ୍ଖଳା ଉପରେ ଆଲୋଚନା କରାଯାଇଥିଲା । ଗାଇସିଲେଟ ଥାନା ଅଞ୍ଚଳର ଆଇନ ଶୃଙ୍ଖଳା ରକ୍ଷା, ବେଆଇନ କାରବାର, ଚୋରା ଚାଲାଣ ଆଦି ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ନୂତନ ଥାନା ଅଧିକାରୀ କହିଛନ୍ତି ।

error: Content is protected !!