ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି ପକ୍ଷରୁ ବ୍ଲକ ପରିସରରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡିଓ ଶ୍ରୀଯୁକ୍ତ ଲକ୍ଷ୍ମଣ ମାଝି,ଜିଲ୍ଲାପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ,ସାଂସଦ ପ୍ରତିନିଧି ବିନାୟକ ଗୁରୁ,ଏବିଡିଓ ଭୀଷ୍ମ ମାଝି ପ୍ରମୁଖ ଯୋଗ ଦେଇ ପଞ୍ଚାୟତ ରାଜ ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ପଞ୍ଚାୟତ ଶାସନ ବ୍ଯବସ୍ଥାର ଗୁରୁତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।

ପୁରୀର ତାଳବଣିଆଠାରେ ଜାତୀୟ ପଞ୍ଚାୟତି ରାଜ ଦିବସ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୬ ଲକ୍ଷ ନୂତନ ରାସନ କାର୍ଡ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିଥିଲେ ଏହାର ସିଧା ପ୍ରସାରଣ ବ୍ଲକ ପରିସର ଠାରେ ଲୋକମାନଙ୍କୁ ଦେଖାଇବାର ବ୍ୟବସ୍ଥା କରିବା ସହ ଏହି ଅବସରରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୩୦୦ ଦିନ କାମ କରିଥିବା ୧୦ ଜଣ ଶ୍ରମିକଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ୫ ଜଣ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଥିବା ବେଳେ

ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ,ସମିତି ସଭ୍ୟ,ସଭ୍ୟା ଏବଂ ଅଞ୍ଚଳର ବୁଦ୍ଧିଜୀବୀ,ମହିଳା ଓ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପାଣ୍ଡବ ନନ୍ଦ ସଂଯୋଜନା କରିଥିଲେ । କମ୍ପ୍ୟୁଟର ପ୍ରୋଗ୍ରାମର ବିକାଶ ପଣ୍ଡା,ବି.ପି.ସି ଗ୍ରାମୀଣ ଗୃହ ବିଭାଗ ଅଭୟ ପ୍ରଧାନ,ଏପିଓ ମାନସ ଭୋଇ,ସୁନିଲ ସାହୁଙ୍କ ସହଯୋଗ କ୍ରମେ କାର୍ଯ୍ୟକ୍ରମଟି ଶାନ୍ତି ଶୃଙ୍ଖଳାର ସହିତ ସୁଚାରୁରୂପେ ସମାପନ ହୋଇଥିଲା ।


