ଗାଇସିଲେଟ-ଗାଇସିଲେଟ ଅଞ୍ଚଳରେ ଦିନକୁ ଦିନ ବଢି ଚାଲିଥିବା ବେଆଇନ ନିଶା କାରବାର, ଦୋକାନ,ଘର, ଚାଷୀଙ୍କ ପାଣି ମୋଟର ଚୋରି, ରାସ୍ତାରେ ଲୁଟପାଟ ଭଲି ଅସାମାଜିକ କାର୍ଯ୍ୟକଳାପ ବଢିବାରେ ଲାଗିଛି l ଏହି ସବୁ ଅସାମାଜିକ କାର୍ଯ୍ୟକଳାପର ସମାଧାନ ପାଇଁ ଗାଇସିଲେଟର ସର୍ବପୁରାତନ ସାମାଜିକ ଅନୁଷ୍ଠାନ ୟୁଥ କ୍ଲବର ନେତୃତ୍ବରେ ଗ୍ରାମ୍ୟ ଉନ୍ନୟନ କମିଟି, ନାଗରିକ କମିଟି, ବଣିକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଗାଇସିଲେଟ ଥାନାରେ ଅଭିଯୋଗ କରି ଏହାର ସମାଧାନ ପାଇଁ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି l

ଏହି ପ୍ରତିନିଧି ମଣ୍ଡଳୀରେ ୟୁଥ କ୍ଲବର ସଭାପତି ରଞ୍ଜନ କୁମାର ପଣ୍ଡା, ଗାଇସିଲେଟ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ତଥା ସରପଞ୍ଚ ସରତ କାଲୋ, ନାଗରିକ କମିଟି ସଭାପତି ଡଃ ସୁନୀଲ କୁମାର ପଣ୍ଡା, ବଣିକ ସଂଘ ସଭାପତି କ୍ଷୀରେସ୍ଵର ସେଠ,ଗ୍ରାମ୍ୟ କମିଟି ସମ୍ପାଦକ ଜନକ କଲେତ,ସରୋଜ ପୁରୋହିତ, ସଂଜୟ ପୁରୋହିତ, ମନୋହର ପାଣିଗ୍ରାହୀ, ସନ୍ତୋଷ କଲେତ,ପୁରୁଷୋତ୍ତମ ସାହୁଙ୍କ ସହ ସମସ୍ତ କମିଟିର ସଦସ୍ୟ ଉପସ୍ଥିତ ଥିଲେ l



