Saturday, March 7, 2026
Homeଅଘଟଣଗାଇସିଲେଟ୍‌ ପଞ୍ଚାୟତ ସମିତି ମହାବିଦ୍ଯାଳୟର ଅଧ୍ଯକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ପରଲୋକ...

ଗାଇସିଲେଟ୍‌ ପଞ୍ଚାୟତ ସମିତି ମହାବିଦ୍ଯାଳୟର ଅଧ୍ଯକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ପରଲୋକ ।

ପଦ୍ମପୁର-ଗାଇସିଲେଟ୍‌ ପଞ୍ଚାୟତ ସମିତି ମହାବିଦ୍ଯାଳୟର ଅଧ୍ଯକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ତ୍ରିପାଠୀ ରାୟପୁରରେ ଚିକିତ୍ସାଧିନ ଅବସ୍ଥାରେ ଇହଲୋକ ତ୍ଯାଗ କରି ଚାଲିଯାଇଛନ୍ତି। ୧୪ ତାରିଖ ସକାଳୁ ତାଙ୍କ ମର ଶରୀରକୁ ପଦ୍ମପୁର ସ୍ଥିତ ତାଙ୍କ ବାସଭବନକୁ ଅଣା ଯାଇଥିଲା।

ସେଠାରେ ତାଙ୍କର ଅନେକ ଶୁଭେଚ୍ଛୁ, ଆତ୍ମୀୟ ସ୍ବଜନ ତାଙ୍କର ଅନ୍ତିମ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ତାଙ୍କ ଶ୍ବଶୁରାଳୟ ଭେଲୁଆଁପଦର୍‌କୁ ନିଆଯାଇ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯିବାପରେ ଅନ୍ତିମ ସଂସ୍କାର କରାଯାଇଥିଲା। ଗ୍ରାମର ନରନାରୀ ତାଙ୍କର ପ୍ରିୟ ବଧୂଙ୍କୁ ଶୋକୋଚ୍ଛ୍ୱାସ ପୂର୍ଣ୍ଣ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ।

ତାଙ୍କର ଜ୍ଯେଷ୍ଠ ପୁତ୍ର ପ୍ରିନ୍ସ ମୁଖାଗ୍ନି ଦେଇଥିଲେ। ସ୍ୱର୍ଗୀୟା ତ୍ରିପାଠୀ ଥିଲେ ଜଣେ ଧର୍ମପ୍ରାଣା,ସମ୍ବେଦନଶୀଳା, ମେଳାପୀ ମହୀୟସୀ ମହିଳା। ମୃତ୍ଯୁ ବେଳକୁ ତାଙ୍କୁ ୫୫ ବର୍ଷ ହେଉଥିଲା। ତାଙ୍କ ଅକାଳ ବିୟୋଗ ଯୋଗୁଁ ପଦ୍ମପୁର ଓ ଗାଇସିଲେଟ୍‌ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ତାଙ୍କ ପରେ ସ୍ବାମୀ ଜୟକେତନ ଏବଂ ପ୍ରିନ୍ସ ଓ ହେପ୍ପି ପୁତ୍ରଦ୍ବୟଙ୍କୁ ଛାଡ଼ି ଯାଇଛନ୍ତି।

error: Content is protected !!