Wednesday, May 28, 2025
spot_imgspot_imgspot_img
Homeରାଜ୍ୟଗାଇସିଲାଟରେ ପରାକ୍ରମ ଶୋଭାଯାତ୍ରା ।

ଗାଇସିଲାଟରେ ପରାକ୍ରମ ଶୋଭାଯାତ୍ରା ।

ପଦ୍ମପୁର – ଜମ୍ମୁକାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍ଗବାଦୀ ଆକ୍ରମଣର ଦୃଢ ଜବାବରେ ଭାରତୀୟ ସେନାପକ୍ଷରୁ ଅପରେସନ ସିନ୍ଦୁର କରାଯାଇଥିଲା । ଅପରେସନ ସିନ୍ଦୁରର ସଫଳତା ପରେ ସାରା ଭାରତରେ ଏକ ବିଜୟ ଉତ୍ସବ ଭାବରେ ପାଳନ କରାଯାଉଛି। ଏହି କ୍ରମରେ ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଠାରେ ଦେଶପ୍ରେମୀ ତଥା ଯୁବ ସଂଗଠନ ତରଫରୁ ଏକ ପରାକ୍ରମ ଶୋଭାଯାତ୍ରା ବା ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ବାଇକରାଲିରେ ଯୁବସମାଜସେବୀ ଶ୍ରୀକାନ୍ତ ମିଶ୍ର, ପୂର୍ବତନ ସେନାଅଧିକାରୀ ସୁରିଲାଲ ମାଝୀ,ଅବସରପ୍ରାପ୍ତ ପୋଲିସ ଅଧିକାରୀ ଅନ୍ତର୍ଯ୍ୟାମି ପ୍ରଧାନ,

ଆଦିବାସୀ ସଂଘ ସଭାପତି ଶଶିଭୂଷଣ ବରିହା ଓ ଗାଇସିଲାଟ ଥାନା ଅଧିକାରୀ ଶଶିଭୂଷଣ ମିଶ୍ର ଓ ଗାଇସିଲାଟ ଅଞ୍ଚଳ ର ଶହ ଶହ ଦେଶପ୍ରେମୀ ଯୋଗଦେଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବାଇକ ରାଲିର ଶୁଭାରମ୍ଭ କରିଥିଲେ । ଆମ୍ବେଦକର ଛକରୁ ଏହି ବାଇକରାଲି ବାହାରି ଗାଇସିଲାଟ ଗାଁ ପରିକ୍ରମା କରି ସହିଦ୍ ଛକ, କଲଙ୍ଗାପାଲି ଓ ବୁରୋମୁଣ୍ଡା ଗାଁ ପରିକ୍ରମା କରିଥିଲେ । ଏହି ବାଇକ ରାଲି ଭାରତୀୟ ସେନାବାହିନୀର ବିଜୟର ଯାତ୍ରା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

error: Content is protected !!