Sunday, March 8, 2026
Homeରାଜ୍ୟଗାଁକୁ ଗାଁ ଯାଇ ଅନ୍ତୋଦୟ ଗୃହ ଯୋଜନାର ସର୍ଭେ କାର୍ଯ୍ୟ ତଦାରଖ କଲେ ଏବିଡିଓ ...

ଗାଁକୁ ଗାଁ ଯାଇ ଅନ୍ତୋଦୟ ଗୃହ ଯୋଜନାର ସର୍ଭେ କାର୍ଯ୍ୟ ତଦାରଖ କଲେ ଏବିଡିଓ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଭୀଷ୍ମ ମାଝୀ ନିଜ ଅଧିକାରୀ ଏ.ପି.ଓ ମାନସ କୁମାର ଭୋଇ,ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ତ୍ତିକ ବେହେରା, ଗ୍ରାମ ରୋଜଗାର ସେବକ ରିନା ପାଣ୍ଡେଙ୍କୁ ନେଇ ଆଜି କଟାବାହାଲ ଗ୍ରାମ ପଞ୍ଚାୟତରେ ପହଞ୍ଚି ବ୍ରାହ୍ମଣମାଲ,ଗିଧମାଲ,କଟାବାହାଲ, କୁଲିଆରୀ,କେନ୍ଦୁମାଲ,ଡଙ୍ଗରମୁଣ୍ଡା, ପରମାନନ୍ଦପୁର ଓ ଯୁବାଖୋଲ ଆଦି ଆଠ ଗୋଟି ଗ୍ରାମରେ ଅନ୍ତୋଦୟ ଗୃହ ଯୋଜନାରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ଘର ଘର ଯାଇ ଯାଞ୍ଚ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଚାଲିଥିବା ସର୍ଭେ କାର୍ଯ୍ୟର ତଦାରଖ କରିଥିଲେ ।

ତେବେ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନେ କାମ ଆରମ୍ଭ କରୁନଥିବାରୁ ତାଙ୍କୁ ତାଗିଦ କରିବା ସହ ଯେଉଁମାନେ ଅଧା ପନ୍ତରିଆ କାମ କରିଛନ୍ତି ଖୁବ ଶୀଘ୍ର କାମ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗାଁରେ ବୁଲୁଥିବା ସମୟରେ ଏବିଡ଼ିଓ ମହାଶୟ ଯେଉଁ ବ୍ୟକ୍ତିମାନେ ଆବାସ ଯୋଜନା ପାଇ ନାହାନ୍ତି ଓ ସେମାନେ ଭଙ୍ଗା ଦଦରା ଘରେ ରହୁଛନ୍ତି ସେମାନଙ୍କ ପାଖରେ ପହଞ୍ଚି ତାଙ୍କ ଦୁଃଖ ସୁଖ ବୁଝିବା ସହ ଯଥା ଶୀଘ୍ର ତାଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ମନରେଗା ଯୋଜନାରେ ଚାଲିଥିବା ନୂତନ ପୋଖରୀ ଖନନ,ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଥିବା ବିଭିନ୍ନ ପ୍ରକଳ୍ପ

ତଥା କୁଲିଆରୀ କଲ୍ୟାଣମଣ୍ଡପ,ଯୁବାଖୋଲ ରୁ ଜମରତଲା ରାସ୍ତା,କେନ୍ଦୁମାଲ ଓ ଗିଧମାଲ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ସରପଞ୍ଚ ଅର୍ପିତା ପଣ୍ଡା ନିଜ ଗ୍ରାମପଞ୍ଚାୟତ ଅଧୀନରେ ଥିବା କେନ୍ଦୁମାଲ,ବ୍ରାହ୍ମଣମାଲ,ପରମାନନ୍ଦପୁର ଓ ଗିଧମାଲ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ଅନେକ ଗୁଡ଼ାଏ ସମସ୍ୟା ବିଷୟରେ ଅବଗତ କରିଥିଲେ । ତେବେ ଏବିଡିଓ ମହାଶୟ ତୁରନ୍ତ ଉକ୍ତ ସମସ୍ୟା ବିଷୟରେ ଉପୋରକ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

error: Content is protected !!