Saturday, March 7, 2026
Homeରାଜ୍ୟଗମ୍ଭାରୀଡ଼ିହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ।

ଗମ୍ଭାରୀଡ଼ିହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ।

ପଦ୍ମପୁର-ଗମ୍ଭାରୀଡ଼ିହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ସଦାନନ୍ଦ ବାରିକ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ଅବିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯକ୍ରମରେ ଅଙ୍ଗନୱାଡି କର୍ମୀ ଏବଂ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ । ସମସ୍ତ ଛାତ୍ରଛାତ୍ରୀ ଦେଶ ଭକ୍ତିର ସ୍ଲୋଗାନ ଦେବା ସହ ଦେଶାତ୍ମବୋଧକ ସଙ୍ଗୀତ ଗାଇ ଗ୍ରାମ ପରିକ୍ରମା କରି ଥିଲେ। ଶେଷରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁପ୍ରଭା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ସୁନୀତା ବରିହା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

error: Content is protected !!