Saturday, April 12, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଗନ୍ଧମାଳି ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ।

ଗନ୍ଧମାଳି ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ।

ବରପାଲି-ବରପାଲି ଯୋଗେଶ୍ୱର ଶୈବ ପୀଠ ଯୁଗିମୁଣ୍ଡା ପରିସରରେ ପଶ୍ଚିମ ଓଡିଶା ଗନ୍ଧମାଳି ସମାଜ ବରଗଡ଼ ଜିଲ୍ଲା ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଲୋକସଭା ସାଂସଦ ପ୍ରଦୀପ କୁମାର ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ଏହି ଅବସରରେ ଗନ୍ଧମାଳି ଜାତି ଏସଇବିସି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ କେନ୍ଦ୍ର ପଛୁଆ ବର୍ଗ ତାଲିକା ରେ ଅନ୍ତର୍ଭୁକ୍ତ ହୋଇନଥିବା ଯୋଗୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉଦ୍ଦେଶ୍ୟ ରେ ମାନ୍ୟବର ସାଂସଦ ଙ୍କୁ ଏକ ସ୍ମାରକପତ୍ର କର୍ମକର୍ତ୍ତା ମାନେ ପ୍ରଦାନ କରିଥିଲେ l

ଜିଲ୍ଲା ସଭାପତି ଲିଙ୍ଗରାଜ ଥନାପତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମାଜର ବିଭିନ୍ନ ଉପବିଧି ଉପରେ ଆଲୋଚନା କରାଯାଇଥିଲା l ଏହାପରେ ପୁରାତନ କମିଟିକୁ ଭଙ୍ଗ କରାଯିବା ସହ ନୂତନ ଜିଲ୍ଲା କମିଟି ଗଠନ କରାଯାଇଥିଲା l ସଭାପତି ଭାବରେ ଲିଙ୍ଗରାଜ ଥନାପତି, ସମ୍ପାଦକ -ଦୁର୍ଗା ପ୍ରସାଦ ମହାପାତ୍ର, ଉପସଭାପତି – ଧର୍ମରାଜ ମହାପାତ୍ର, ସହସମ୍ପାଦକ – ସୁଦାମ ମହାପାତ୍ର, କୋଷାଧକ୍ଷ – ବଲ୍ଲଭ ମହାପାତ୍ର ମନୋନୀତ ହୋଇଥିଲେ l

ଏହି ଅବସରରେ କଳା, ଶିକ୍ଷା, ସମାଜ ସେବା କ୍ଷେତ୍ର ରେ ସଫଳତା ହାସଲ କରିଥିବା ନିଜ ସମାଜ ର ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧନା ଦିଆଗଲା l ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା କଳାକାର ଭାଇ ଭଉଣୀକୁ ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ସୁଦାମ ମହାପାତ୍ର, ଡମ୍ବରୁଧର ମହାପାତ୍ର, ସୁଶାନ୍ତ ମହାପାତ୍ର l ସ୍ବାଗତ ସହ ଧନ୍ୟବାଦ ଅର୍ପଣ କରିଥିଲେ ବସନ୍ତ କୁମାର ମହାପାତ୍ର l ପରିଚାଳନାରେ ସହଯୋଗ କରିଥିଲେ ବୁଲୁ ମହାପାତ୍ର, ଯଶୋବନ୍ତ ମହାପାତ୍ର, ମନୋଜ ମହାପାତ୍ର, ସରୋଜ ମହାପାତ୍ର, ହେମଚନ୍ଦ୍ର ମହାପାତ୍ର, ମାନସ ମହାପାତ୍ର, ନନ୍ଦିଘୋଷ ମହାପାତ୍ର, ରାଜ ମହାପାତ୍ର, ସୁଶାନ୍ତ ମହାପାତ୍ର, ପ୍ରଶାନ୍ତ ମହାପାତ୍ର, ସାନୁ ମହାପାତ୍ର ପ୍ରମୁଖ।

error: Content is protected !!