Thursday, December 5, 2024
spot_imgspot_imgspot_img
Homeରାଜ୍ୟଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଗଣଧାରଣାରେ ଅଜିତ ଯୋଶୀ।

ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଗଣଧାରଣାରେ ଅଜିତ ଯୋଶୀ।

କଣ୍ଟାବାଞ୍ଜି – ଗନ୍ଧମାର୍ଦ୍ଦନ ପାହାଡ ତଳେ ଆଦାନୀ କମ୍ପାନୀ ଜମି କିଣିବା ପରେ ବଲାଙ୍ଗିର ଜିଲ୍ଲାରେ ରାଜନୀତି ସରଗରମ ହୋଇଥିବା ବେଳେ ଏହି ପ୍ରସଙ୍ଗ ରେ ବିଧାନସଭା ମଧ୍ଯ ହୁଳୁସ ତୁଳୁସ ହୋଇଛି। ଆଦାନୀ କମ୍ପାନୀକୁ ଆଣି ଗନ୍ଧମାର୍ଦ୍ଦନ ପାହାଡରେ ଖଣି ଖନନ କରିବା ପାଇଁ ରାଜ୍ଯ ସରକାର ଯୋଜନା କରି ବିକ୍ରି କରୁଥିବା ଅଭିଯୋଗ ହେଉଛି। ଆଦାନୀ ହଟାଓ ଗନ୍ଧମାର୍ଦ୍ଦନ ବଞ୍ଚାଓ ଦାବୀ ନେଇ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ନଭେମ୍ବର ୨୫ ତାରିଖରୁ ଖପ୍ରାଖୋଲ ତହସିଲ କାର୍ଯ୍ଯାଳୟ ସାମ୍ନାରେ ଗଣ ଧାରଣା ଦିଆଯାଇଛି।

ପ୍ରତୋକ ଦିନ ଖପ୍ରାଖୋଲ ବ୍ଳକ ବିଭିନ୍ନ ପଞ୍ଚାୟତ ବାସୀ ଧାରଣକୁ ସମର୍ଥନ କରୁଥିବା ବେଳେ ଶନିବାର ଷଷ୍ଠ ଦିନରେ ଗଣଧାରଣା ପହଞ୍ଚି ରାଜ୍ଯ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଶୀ ତାଙ୍କ ସମର୍ଥତଙ୍କ ସହ ଯାଇ ସମର୍ଥନ ଜଣାଇ ଧାରଣା ବସିଛନ୍ତି। ବିଜେପି ସରକାର ଆସିବା ମାତ୍ରେ ସବୁ ବିକ୍ରି କରିଦେବାକୁ ଯୋଜନା ଆରମ୍ଭ କରିଛି। ଯେଉଁ ଗନ୍ଧମାର୍ଦ୍ଦନକୁ ଆମ ଅଞ୍ଚଳ ଲୋକେ ଭଗବାନ ବୋଲି ପୂଜା କରୁଛନ୍ତି ତାହାକୁ ମଧ୍ଯ ଆଦାନୀ କମ୍ପାନୀ ଠାରେ ବିକ୍ରି କରିବାକୁ ଯୋଜନା କରିସାରିଛନ୍ତି।

ଏହି ଗନ୍ଧମାର୍ଦ୍ଦନରେ ଅନେକ ଔଷଧିୟ ବୃକ୍ଷ ଥିବା ବେଳେ ଏହି ଗନ୍ଧମାର୍ଦ୍ଦନକୁ ନିର୍ଭର କରି ହଜାର ହଜାର ପରିବାର ତାଙ୍କ ଜୀବନ ଜୀବିକା ନିର୍ଭର କରୁଛନ୍ତି। ରାଜ୍ଯ ସରକାର ଓ ବନ ବିଭାଗ କହୁଛି ଆଦାନୀ କମ୍ପାନୀ ବୃକ୍ଷ ରୋପଣ ପାଇଁ ଗନ୍ଧମାର୍ଦ୍ଦନ ତଳେ ଜମି କିଣିଛି। ଗନ୍ଧମାର୍ଦ୍ଦନ ରେ ଭରପୁର ବୃକ୍ଷ ର ଜଙ୍ଗଳ ରହିଛି ଯଦି ବୃକ୍ଷ ରୋପଣ କରି ଜଙ୍ଗଳ ସୃଷ୍ଟି କରିବା ଅଛି ତେବେ ରାଜ୍ଯ ର ସର୍ବାଧିକ ତାପମାତ୍ରା ଥିବା ଟିଟିଲାଗଡ ଅଞ୍ଚଳ ହଜାର ହଜାର ହେକ୍ଟର ସରକାରୀ ଜମି ରହିଥିବା ବେଳେ ସେହି ଅଞ୍ଚଳ ରେ କାହିଁକି ଆଦାନୀ କମ୍ପାନୀ ବୃକ୍ଷ ରୋପଣ କଲାନାହିଁ।

ଏହି ଜାଣିଶୁଣି ଗନ୍ଧମାର୍ଦ୍ଦନ ପର୍ବତ ରେ ଖଣି ଖନନ କରିବାକୁ ଆଦାନୀ ଜମି କିଣିଛି। ଯଦି ଖଣି ଖନନ କରାଯିବ ନାହିଁ ତେବେ ରାଜ୍ଯ ସରକାର ଗନ୍ଧମାର୍ଦ୍ଦନ ସୁରକ୍ଷା ଆଇନ ପ୍ରସ୍ତାବ ଆଣନ୍ତୁ ଏବଂ କେବିନେଟ ରୁ ଲିଖିତ ଦିଅନ୍ତୁ ଯେ ଗନ୍ଧମାର୍ଦ୍ଦନ ରେ କୌଣସି ଖଣି ଖନନ କରାଯିବ ନାହିଁ ବୋଲି ରାଜ୍ଯ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଶୀ ତାଙ୍କ ଅବିଭାଷଣରେ କହିଛନ୍ତି।

error: Content is protected !!