ପାଇକମାଲ(ବିଦ୍ୟାଧର ସାହୁ)-ଗନ୍ଧମାର୍ଦ୍ଦନ ଆନ୍ଦୋଳନ ର କର୍ମୀ ଙ୍କ ୧୪ ତମ ସହିଦ ଦିବସ ପାଳନ କରିଛି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ।ଗନ୍ଧମାର୍ଦ୍ଦନ ଆନ୍ଦୋଳନ ର ବରିଷ୍ଠ କର୍ମୀ ତଥା ବିଜେପି ପାଇକମାଳ ମଣ୍ଡଳର ପୂର୍ବତନ ସଭାପତି ସ୍ବର୍ଗତ ମାଧବ ସିଂ ଠାକୁର ଓ ସ୍ବର୍ଗତ ରମେଶ ସାହୁଙ୍କ ୧୪ ତମ ସହିଦ ଦିବସ ପାଳନ ଅବସରରେ ତାଙ୍କ ପରିବାରଙ୍କୁ କ୍ଷତି ପୂରଣ ଦାବୀ କରାଯାଇଛି। ସୂଚନା ଯୋଗ୍ୟ ଯେ – ୨୦୧୦ ମସିହା ଡିସେମ୍ବର ୨୭ ତାରିଖରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ର ଜଣେ ବରିଷ୍ଠ କର୍ମକର୍ତ୍ତା ତଥା ସେତେବେଳର ବିଜେପି ମଣ୍ଡଳ ସଭାପତି ଥିବା ମାଧବ ସିଂ ଠାକୁର ଓ ତାଙ୍କ ସହକର୍ମୀ ରମେଶ ସାହୁଙ୍କୁ ପୋଲିସ ମାଓବାଦୀ ନାଁରେ ମିଥ୍ୟା ଏଣ୍ଟକାଉନ୍ଟର କରି ହତ୍ୟା କରିଥିଲା।
ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଏହି ଦୁଇ ଜଣଙ୍କୁ ୨୦୧୧ ମସିହାରେ ଜାନୁୟାରୀ ୧ ବାର୍ଷିକ ସମାବେଶରେ ସହିଦ ଘୋଷଣା କରିଥିଲା। ଏଥିସହ ୨୦୧୧ ମସିହା ଡିସେମ୍ବର ୨୭ ତାରିଖରେ ସହିଦଙ୍କ ଟେମରୀ ଗ୍ରାମରେ ପରିଷଦ ଦ୍ବାରା ଏକ ସହିଦ ସୃତି ସ୍ତମ୍ଭ ନିର୍ମାଣ କରିଯାଇଥିଲା। ଯାହାର କି ଶୁଭ ଉନ୍ମୋଚନ କରିଥିଲେ ଭାରତ ସ୍ଵାଧୀନତା ସଂଗ୍ରାମର ସେନାନୀ ସହିଦ ଭଗତ ସିଂ ଙ୍କ ଭଣଜା ଜଗମୋହନ ସିଂ। ମାଓବାଦୀ ନାଁରେ ମିଥ୍ୟା ଏନକାଉଣ୍ଟର ନେଇ ଦିଲ୍ଲୀ ଜାତୀୟ ମାନବ ଅଧିକାର କମିଶନର ଙ୍କ ପାଖରେ ଅଭିଯୋଗ କରାଯାଇଥିଲା। ଏ ନେଇ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ତାଙ୍କ ପରିବାର ବର୍ଗଙ୍କୁ କ୍ଷତି ପୂରଣ ଦିଆ ଯାଇ ନ ଥିବାରୁ ପରିଷଦ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଆଜି ସହିଦ ସ୍ମୃତି ସ୍ତମ୍ଭ ଠାରେ ଯୁବ ପରିଷଦ ର ଆବାହକ ଦୁର୍ଯୋଧନ ପୁଟା ଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ସହିଦ ସ୍ମୃତି ସ୍ତମ୍ଭ ଠାରେ ପରିଷଦର ସଂଗ୍ରାମୀ ମାନଙ୍କ ଦ୍ଵାରା ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ପୂଜାର୍ଚ୍ଚନା କରାଯାଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସ୍ବର୍ଗତ ମାଧବ ସିଂ ଠାକୁର ଓ ରମେଶ ସାହୁ ଉପରେ ସ୍ମୃତି ଚାରଣ କରି ପରିବାର ବର୍ଗଙ୍କୁ କ୍ଷତି ପୂରଣ ପ୍ରଦାନ କରାଯାଇ ନ ଥିବାରୁ ଉପସ୍ଥିତ ସଂଗ୍ରାମୀ ମାନେ କ୍ଷୋଭ ପ୍ରକାଶ କରିଥିଲେ। ସେତେବେଳେ ବିଜେପି ବିଦ୍ରୋହୀ ସରକାର ଦେଶ ତଥା ରାଜ୍ୟରେ ଥିବାବେଳେ ବର୍ତ୍ତମାନ ଦେଶରେ ଭାରତୀୟ ଜନତା ପାର୍ଟି ଓ ରାଜ୍ୟରେ ଭାରତୀୟ ଜନତା ପାର୍ଟି ଡବଲ ଇଞ୍ଜିନ ସରକାର ଙ୍କ ଶାସନ ଚାଲିଛି।
ତେଣୁ ସ୍ବର୍ଗତ ସହିଦ ବିଜେପି ପାର୍ଟି ର ପାଇକମାଳ ମଣ୍ଡଳର ପୂର୍ବତନ ସଭାପତି ତଥା ଗନ୍ଧମାର୍ଦ୍ଦନ ଆନ୍ଦୋଳନର ବରିଷ୍ଠ କର୍ମୀ ସ୍ବର୍ଗତ ମାଧବ ସିଂ ଠାକୁର ଓ ରମେଶ ସାହୁ ଙ୍କୁ ମାଓବାଦୀ ନାଁରେ ମିଥ୍ୟା ଏନକାଉଣ୍ଟର କରି ପୋଲିସ ହତ୍ୟା କରିଥିବାରୁ ଆଜିକାର ଦିନରେ ତୁରନ୍ତ କ୍ଷତି ପୂରଣ ପ୍ରଦାନ ର ଆବଶ୍ୟକତା ରହିଛି ବୋଲି ଦାବୀ କରାଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ସଂଗ୍ରାମୀ ମଧ୍ୟରେ ପୂର୍ବତନ ଆବାହକ ତଥା ସରପଞ୍ଚ ଦିଲ୍ଲୀପ ବେହେରା,ରାହାସ ବିହାରି ସାହୁ,ଶ୍ରୀ ଧିରେନ୍ ମହାନ୍ତି,ସୁରେଶପ୍ରଧାନ,କୁଞ୍ଜବିହାରୀ ସାହୁ,ଝସକେତନ ସାହୁ,ଦିନମଣି ସାହୁ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।