ଗଣେଶ ଗଣନାୟକ,
ବିନାୟକ, ଗଣେଶ ଗଣନାୟକ,
ବିଦ୍ଯାଦାତା ତୁମେ ବିଘ୍ନ ନାଶକ,
ବିଦ୍ଯାଦାତା ତୁମେ ବିଘ୍ନ ନାଶକ, ବିନାୟକ ହୋ,
ମଙ୍ଗଳ ବର ଦାୟକ, ବିନାୟକ ହୋ।୦।
କପାଳେ ଚନ୍ଦନ ଚିତା,ବିନାୟକ,
କପାଳେ ଚନ୍ଦନ ଚିତା,
ବିନାୟକ, କପାଳେ ଚନ୍ଦନ ଚିତା,
କନ୍ଧେ ଶୋଭାପାଏ ଧୋବ ପଇତା,
କନ୍ଧେ ଶୋଭା ପାଏ ଧୋବ ପଇତା, ଗଜାନନ ହୋ,
ବିଘ୍ନେଶ୍ୱର ବିଦ୍ୟାଦାତା, ବିନାୟକ ହୋ।୧।
ଧରିଛ ପାଶ ଅଙ୍କୁଶ ବିନାୟକ,
ଧରିଛ ପାଶ ଅଙ୍କୁଶ,
ବିନାୟକ,ଧରିଛ ପାଶ ଅଙ୍କୁଶ,
ସର୍ବ ବିଘ୍ନ ମୋର କର ବିନାଶ,
ସର୍ବ ବିଘ୍ନ ମୋର କର ବିନାଶ, ବିନାୟକ ହୋ,
ତୁମ ପାଦ ତଳେ କଲି ଆଶ, ବିନାୟକ ହୋ।୨।
ମୂଷିକ ବାହନେ ଚଢ଼ି ବିନାୟକ,
ମୂଷିକ ବାହନେ ଚଢ଼ି,
ବିନାୟକ, ମୂଷିକ ବାହନ ଚଢ଼ି,
ସଂସାର ଯାକ ତ ଆସୁଛ ବୁଲି,
ସଂସାର ଯାକ ତ ଆସୁଛ ବୁଲି, ବିନାୟକ ହୋ,
ପାଦରେ ଶରଣ ଗଲି, ବିନାୟକ ହୋ।୩।

ଭୋଜରାଜ ବୁଡ଼େକ
ମାଣ୍ଡୋସିଲ, ବରଗଡ଼
ଅବସରପ୍ରାପ୍ତ ଶିକ୍ଷକ,ଫୋ.ନ.୬୩୭୧୯୮୭୫୪୨

