Thursday, November 21, 2024
spot_imgspot_imgspot_img
Homeଅଘଟଣଗଡିଆଜୋର ଦନ୍ତା ମୃତ୍ୟୁ ଘଟଣା : ରେଞ୍ଜର ଓ ଫରେଷ୍ଟରଙ୍କୁ ଘଣ୍ଟ ଘୋଡାଉଛି ବନ ବିଭାଗ...

ଗଡିଆଜୋର ଦନ୍ତା ମୃତ୍ୟୁ ଘଟଣା : ରେଞ୍ଜର ଓ ଫରେଷ୍ଟରଙ୍କୁ ଘଣ୍ଟ ଘୋଡାଉଛି ବନ ବିଭାଗ !

ପାଟଣାଗଡ଼(ସନ୍ତୋଷ ପଣ୍ଡା)-ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରେଞ୍ଜ ଲରମ୍ଭା ସେକ୍ସନ ଗଡିଆଜୋର ଗାଁ ନୂଆମୁଣ୍ଡା ଠାରେ ଗତ ୨ ତାରିଖ ଦିନ ବାରହା ଶିକାରୀଙ୍କ ବିଦ୍ୟୁତ ଫାସରେ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା।ଏହି ଘଟଣାରେ ବନ ବିଭାଗ ସୁଲିଆମାଳ ଓ ଗଡିଆଜୋର ଗ୍ରାମର ଦୁଇ ବାରହା ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏମାନଙ୍କ ସହ ସାମିଲ ଥିବା ଅନ୍ୟ ଚାରି ଅଭିଯୁକ୍ତ ଏ ପର୍ଯ୍ୟନ୍ତ ଫେରାର ଅଛନ୍ତି।

ଉକ୍ତ ଅଭିଯୁକ୍ତ ଙ୍କୁ ଧରିବାରେ ବନ ବିଭାଗ ଫେଲ ମାରିଛି।ଉକ୍ତ ବାରହା ଶିକାରୀ ଦୈନନ୍ଦିନ ବିଦ୍ୟୁତ ଫାସ ପକାଇ ବାରହା ଶିକାର କରିଆସୁଥିଲେ। ବନ ଵିଭାଗରେ ଜୈନିକ କର୍ମଚାରୀ ମଧ୍ୟ ପରୋକ୍ଷରେ ସମର୍ଥନ ଦେଇଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଥିଲେ।ସୁଲିଆମାଳ ଅଞ୍ଚଳକୁ ଦନ୍ତା ଘଟଣାର ୧୫ ଦିନ ପୂର୍ବରୁ ଆସିଥିଲେ ସୁଦ୍ଧା ଦାୟିତ୍ୱରେ ଥିବା ପାଟଣାଗଡ଼ ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶି ଓ ଲରମ୍ଭା ଫରେଷ୍ଟର ବିରଞ୍ଚି କୁମ୍ଭାର କୌଣସି ପଦକ୍ଷେପ ନେଇନଥିଲେ।

ହାତୀ ସୁରକ୍ଷା ପାଇଁ ଅଂଚଳରେ ବନ ବିଭାଗ ପକ୍ଷରୁ କୌଣସି ସୂଚନା ତ ଦୂରର କଥା ସେହି ଅଞ୍ଚଳକୁ ବନ ବିଭାଗର ଦେଖା ମଧ୍ୟ ନ ଥିଲା। ଅଂଚଳରେ ବାରହା ଶିକାରୀ ଙ୍କ ପ୍ରାଦୁର୍ଭାବ କଥା ବନ ବିଭାଗ ପାଖରେ ଖବର ଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲା।ଦାୟିତ୍ୱରେ ଥିବା ରେଞ୍ଜର ଶ୍ରୀ ବିଶି ଓ ଫରେଷ୍ଟର ଶ୍ରୀ କୁମ୍ଭାର ଙ୍କ ଖାମଖିଆଲି ମନୋଭାବ ଓ ହାତୀ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନ ନେବା ହିଁ ଦନ୍ତା ମୃତ୍ୟୁ ର ମୁଖ୍ୟ କାରଣ ବୋଲି ଅଞ୍ଚଳବାସୀ କହୁଛନ୍ତି।

ବନ ବିଭାଗ କେବଳ ଦୁଇ ବାରହା ଶିକାରୀଙ୍କୁ ଗିରଫ କରି ବାହାବା ନ ନେଇ ଦାୟିତ୍ୱରେ ଥିବା ରେଞ୍ଜର ଓ ଫରେଷ୍ଟର ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ରହିଛି ଅଞ୍ଚଳବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବଢ଼ିବାରେ ଲାଗିଛି।ଦନ୍ତା ମୃତ୍ୟୁ ଘଟଣାରେ କିଛି ପଶୁ ପ୍ରେମୀ ସିଧାସଳଖ ଦାୟିତ୍ୱରେ ଥିବା ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଙ୍କ ଉପରେ ଦୋଷ ଦେଉଥିବାବେଳେ ବନ ବିଭାଗ ଦୁଇ କର୍ମଚାରୀ ରେଞ୍ଜର ଓ ଫରେଷ୍ଟର ଙ୍କୁ କାହିଁକି ଘଣ୍ଟ ଘୋଡାଇ ରଖିଛି ବୋଲି ପ୍ରଶ୍ନ କରିଛନ୍ତି। ଏହି ଅସନ୍ତୋଷ ଧୀରେ ଧୀରେ ଅଞ୍ଚଳବାସୀ ଓ ପଶୁ ପ୍ରେମୀ ଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି।ଏହି ଅସନ୍ତୋଷ ଆଗାମୀ ଦିନରେ ଆନ୍ଦୋଳନର ରୂପ ନେଇପାରେ ବୋଲି ଅଭିଯୋଗ ଉଠିଛି।

error: Content is protected !!