Tuesday, December 3, 2024
spot_imgspot_imgspot_img
Homeଅଘଟଣଗଡିଆଜୋର ଦନ୍ତା ମୃତ୍ୟୁ ଘଟଣା:ଦୁଇ ମୁଖ୍ୟ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ବନ ବିଭାଗ।

ଗଡିଆଜୋର ଦନ୍ତା ମୃତ୍ୟୁ ଘଟଣା:ଦୁଇ ମୁଖ୍ୟ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ବନ ବିଭାଗ।

ରେଞ୍ଜର ଓ ଫରେଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ପାଟଣାଗଡ଼(ସନ୍ତୋଷ ପଣ୍ଡା)– ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରେଞ୍ଜ ଲରମ୍ଭା ସେକ୍ସନ ଗଡିଆଜୋର ନୂଆମୁଣ୍ଡା ଠାରେ ଦନ୍ତା ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦୁଇ ଶିକାରୀ ସୁଲିଆମାଳ ଗ୍ରାମର ପଞ୍ଚା ମେହେର ଓ ଗଡିଆଜୋର ଗ୍ରାମର ନବ କିଶୋର ଠାକୁର ଙ୍କୁ ବନ ବିଭାଗ ଶୁକ୍ରବାର କୋର୍ଟ ଚାଲାଣ କରିଛି।ସେମାନଙ୍କ ଠାରୁ ବାରହା ଶିକାରରେ ବ୍ୟବହୃତ କରାଯାଇଥିବା ବିଦ୍ୟୁତ ତାର ସହ ବାଇଣ୍ଡିଙ୍ଗ ତାର ଜବତ କରିଛି।ଦନ୍ତା ମୃତ୍ୟୁ ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟ ଚାରି ଜଣ ଅଭିଯୁକ୍ତ କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡିଛି।

ସୂଚନାନୁସାରେ ଗତ ଶୁକ୍ରବାର ରାତ୍ରିରେ ଗଡିଆଜୋର ନୂଆମୁଣ୍ଡା ଠାରେ ଏକ ଦନ୍ତା ହାତୀ ର ମୃତ୍ୟୁ ହୋଇଥିବା ଖବର ପ୍ରଚାରିତ ହୋଇଥିଲା। ପରେ ଶନିବାର ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ସହ ଭୁବନେଶ୍ୱର ରୁ ଆସିଥିବା ଜେଟିଏଫ ଟିମ ଓ ବନ ବିଭାଗ ଟିମ ପହଞ୍ଚି ତଦନ୍ତ ଜାରିରଖିଥିଲେ। ବନ ବିଭାଗର ଏସିଏଫ ମାନସ କୁମାର ବେହେରା ଙ୍କୁ ଦନ୍ତା ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ଦେଇଥିଲା ବନ ବିଭାଗ। ମଙ୍ଗଳବାର ବିଳମ୍ବିତ ରାତ୍ରିରେ ସୁଲିଆମାଳ ଓ ଗଡିଆଜୋର ଗ୍ରାମର ଦୁଇ ବାରହା ଶିକାରୀଙ୍କୁ ବନ ବିଭାଗ ଉଠାଇନେଇଥିଲା।

ତଦନ୍ତ ସମୟରେ ସେମାନେ ବାରହା ଶିକାର ପାଇଁ ଗଡିଆଜୋର ଗ୍ରାମରୁ ବିଦ୍ୟୁତ ସଂଯୋଗ ଆଣି ତାର ବିଛାଇଥିଲେ ଓ ସେହି ଫାସରେ ଦନ୍ତା ଲାଗିଯାଇ ମୃତ୍ୟୁ ହୋଇଥିବା ଓ ସେମାନଙ୍କ ସହ ଆହୁରି ଚାରି ଜଣ ଶିକାରୀଙ୍କ ସମ୍ପୃକ୍ତି ଥିବା ସ୍ୱୀକାର କରିଥିଲେ। ତାହା ସତ ପ୍ରମାଣିତ ହୋଇଛି।ଏହି ଘଟଣାରେ ବନ ବିଭାଗ ଦନ୍ତା ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଲିଆମାଳ ଗାଁର ପଞ୍ଚା ମେହେର ଓ ଗଡିଆଜୋର ଗାଁ ର ନବ କିଶୋର ଠାକୁରଙ୍କୁ ଗୁରୁବାର ସିନ ରିକ୍ରିଏସନ ପାଇଁ ଦନ୍ତା ମୃତ୍ୟୁ ସ୍ଥାନକୁ ନେଇଥିଲା।କିଭଳି ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ ଓ କେଉଁ ଠାରୁ ବିଦ୍ୟୁତ ସଂଯୋଗ କରିଥିଲେ ଗୋଟି ଗୋଟି କରି ବିଭାଗର ଅଧିକାରୀଙ୍କୁ ଦେଖାଇଥିଲେ।

ବନ ବିଭାଗର ବନ୍ୟ ଜନ୍ତୁ ସୁରକ୍ଷା ଆଇନ ୧୯୭୨ ସେକ୍ସନ ୯,୩୯,୫୨ ଓ ୫୧ ଅନୁସାରେ ମାମଲା ରୁଜୁ କରି ଉଭୟ ଦୁଇ ଅଭିଯୁକ୍ତ ଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି ବନ ବିଭାଗ । ଅପରପକ୍ଷରେ ଦନ୍ତା ମୃତ୍ୟୁ ପାଇଁ କର୍ତ୍ତବ୍ୟରେ ଅବହେଳା କରିଥିବା ପାଟଣାଗଡ଼ ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶି ଓ ଲରମ୍ଭା ସେକ୍ସନ ଫରେଷ୍ଟର ବିରଞ୍ଚି କୁମ୍ଭାରଙ୍କ ବିରୋଧରେ ବନ ବିଭାଗ ତରଫରୁ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

error: Content is protected !!