Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗଙ୍ଗାଧର ସାରସ୍ୱତ ସମିତି ଗଣ୍ତାବାହାଲିରେ ସମିତିର ବର୍ଷା ଆସର "ଶ୍ରାବଣୀ" ଅନୁଷ୍ଠିତ ।

ଗଙ୍ଗାଧର ସାରସ୍ୱତ ସମିତି ଗଣ୍ତାବାହାଲିରେ ସମିତିର ବର୍ଷା ଆସର “ଶ୍ରାବଣୀ” ଅନୁଷ୍ଠିତ ।

ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ସିନାପାଲିର ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ଗଣ୍ତାବାହାଲି ଗ୍ରାମ ଠାରେ ଚଳିତ ବର୍ଷର ବର୍ଷା ସାହିତ୍ଯ ଆସର “ଶ୍ରାବଣୀ” ଅନୁଷ୍ଠିତ ହୋଇଛି। ସମିତିର କବି ଲେଖକ ଏବଂ ରାମଗଡ଼ ବିକାଶ ସମିତିର କର୍ମକର୍ତ୍ତା ପ୍ରଥମେ ଐତିହାସିକ ରାମଗଡ଼ ପରିଦର୍ଶନ କରିବାକୁ ଯାଇ ସେଠାରେ ମାଁ ରାମଗଡ଼ିଆଣିଙ୍କୁ ପୂଜାର୍ଚ୍ଚନା ସହ ବୃକ୍ଷ ରୋପଣ କରିଥିଲେ। ଏହା ପରେ ସ୍ଥାନୀୟ ଉଚ୍ଚ ବିଦ୍ଯାଳୟ ପରିସରରେ ସାରସ୍ବତ ସମିତିର ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଆସରରେ ରାମଗଡ଼ ବିକାଶ ସମିତିର ସଭାପତି ରାହାସ ବିହାରୀ ମେହେର, ଶିକ୍ଷାବିତ୍ତ ଚିନ୍ତାମଣି ସାହୁ, ଅଧ୍ଯାପକ ନବୀନ ଚଂଦ୍ର ମେହେର, ଶିକ୍ଷକ ଗଙ୍ଗାରାମ ମେହେର ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ରହି ସାହିତ୍ଯର ବିଭିନ୍ନ ଦିଗ ଏବଂ ରାମଗଡ଼ ସଂସ୍କୃତି ବିଷୟରେ ଆଲୋଚନା କରିଥିଲେ।

ଏହା ପରେ ଲଳିତ କୁମାର ସୁନାରୀ ଏବଂ ଧୄବ ଚରଣ ପଧାନଙ୍କ ସଂଯୋଜନାରେ କବି ବିଜୟ କୁମାର ଯୋଷୀ, ମୁରଳୀଧର ସା, ଶିବ ପ୍ରସାଦ ମେହେର, କୁମୁଦ ବନ୍ଧୁ ଯୋଷୀ, ପ୍ରଦ୍ଯୁମ୍ନ ସିଂହ ଚିନ୍ଦା, ପରେଶ ନାଥ ପାଣିଗ୍ରାହୀ, ଦଳଗଞ୍ଜନ ମେହେର, ଲୋଚନ ମେହେର, ଚୂଡ଼ାମଣି ମେହେର, ନିଳାଂଚଳ ମେହେର, ଗଣପତି ବାଗ, ହରେକ୍ରୁଷ୍ଣ ମେହେର, ବଂଶୀଧର ଜଗତ ଯୋଗ ଦେଇଥିଲେ।

error: Content is protected !!