ପଦ୍ମପୁର-ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ବିଦ୍ୟାଳୟ ସ୍ତରୀୟ ବାଳ ବୈଜ୍ଞାନିକ ବିଜ୍ଞାନ ପରିବେଶ ଓ ଗଣିତ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନା ସଭାପତିତ୍ବ କରିଥିଲେ।ସଭାର ସ୍ବାଗତ ଭାଷଣ କରିଥିଲେ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରୋଦ୍ର ନାଥ ସାହୁ।

ଉକ୍ତ ସଭାରେ ଏକ ମଧୁମୟ ପରିବେଶ ରେ ନୂତନ ଭାବେ ଯୋଗଦାନ କରିଥିବା ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଅରବିନ୍ଦ ବାରିକଙ୍କୁ ସ୍ବାଗତ କରାଯାଇଥିଲା। ବିଜ୍ଞାନ ପରିବେଶ ଓ ଗଣିତ ର କନିଷ୍ଠ ବର୍ଗର ୦୫ଟି ଓବରିଷ୍ଠ ବର୍ଗର ନଅ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଅରବିନ୍ଦ ବାରିକ ଓ ଶ୍ରୀଯୁକ୍ତ ଦୀପକ ସିଂ ବରିହା ପ୍ରକଳ୍ପ ପର୍ଯ୍ୟବେକ୍ଷଣ କରିଥିଲେ।

କନିଷ୍ଠ ବିଭାଗର ଲିସା ସାହା,ତ ନିଷା ସାହା, ସାହା, ସରସ୍ବତୀ ମେହେର,ସୋହନ ମେହେର ଓ ବରିଷ୍ଠ ବିଭାଗ ରେ ଗୋବିନ୍ଦ ସାହା, ଗଣେଶ ସାହା,ପ୍ରଭାତି ମେହେର, ନୂଆ ଦେଇ ମେହେର କୃତିତ୍ୱ ପାଇଥିଲେ। ପ୍ରକଳ୍ପକୁ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ଶ୍ରୀମତୀ ଚଞ୍ଚଳା କୁମାରୀ ସାହୁ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଛାତ୍ର ଛାତ୍ରୀ ମାନେ ବିଜ୍ଞାନ ମେଳାକୁ ଉପଭୋଗ କରିଥିଲେ।

