ପଦ୍ମପୁର-ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ବିଦ୍ୟାଳୟ ର ୪୦ ତମ ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନା ଙ୍କ ସଭାପତିତ୍ବରେ ପାଳନ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପାଣିଗ୍ରାହୀ ଯୋଗଦେଇ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର ପଟେଲ ଓ ମୋ ସ୍କୁଲ ଅଭିଯାନ ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ମକରଧ୍ବଜ ବଗାର ଯୋଗଦେଇ କ୍ରୀଡ଼ା ଉପକାରିତା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ।
ସ୍ବର୍ଗତ ଭଗବାନ ପାଣିଗ୍ରାହୀ, ଦହିତା ବିଦ୍ୟାଳୟ କୁ ଦାନ କରିଥିବା ଖେଳ ପଡ଼ିଆ ତଥା ଆଜି ଅନୁଷ୍ଠିତ ଖେଳ ଖେଳ ପଡ଼ିଆ ତାଙ୍କ ନାତି ସ୍ବର୍ଗତ ଶୁଭମ୍ ପାଣିଗ୍ରାହୀଙ୍କ ନାମରେ ନାମିତ କରିବାପାଇଁ ପ୍ରସ୍ତାବ ରଖିଲେ ମୋସ୍କୁଲ ଅଭିଯାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମକରଧ୍ବଜ ବଗାର।ଏହି ଉଦ୍ଘାଟନୀ ସଭାରେ ଯୋଗଦେଇଥିଲେ ଅଭିଭାବକ ଶ୍ରୀଯୁକ୍ତ ଅର୍ଜୁନ ମେହେର ଓ ଶ୍ରୀଯୁକ୍ତ ଲିଙ୍ଗରାଜ ଥନାପତି ଅତିଥି ଭାବରେ ଯୋଗଦେଇ ଥିଲେ। ଧନ୍ୟବାଦ ପ୍ରଦାନ କରିଥିଲେ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରୋଦ୍ର ନାଥ ସାହୁ। ଉଦ୍ ଯାପନୀ ସଂଧ୍ୟା ରେ ମୁଖ୍ୟ ଅତିଥି ଭାବରେ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ରୀଡାର ଆବଶ୍ୟକତା ବିଷୟରେ ବକ୍ତବ୍ୟ ରଖିଥିଲେ।
କ୍ରୀଡ଼ାରେ ୩୨ଟି ଇଭେଣ୍ଟ ରେ ଖେଳ ହୋଇଥିଲା। ଉତ୍ସବର ସଫଳତା ପାଇଁ କସ୍ତୁଭମ୍ ମିଶ୍ର ପି ଟି ଆଇ ଙ୍କ ସହ ଶିକ୍ଷୟିତ୍ରୀ ସୋନାଲିକା ଶବର,ରେବତୀ ବିଶି, ପୂଜା ସାହୁ,ମନିଷା ବେଶ୍ରା, ଅଞ୍ଜଳି ବେହେରା, ଚଞ୍ଚଳା କୁମାରୀ ସାହୁ ଓ ଶିକ୍ଷକ କିଶୋର କୁମ୍ଭାର, ଅରବିନ୍ଦ ବାରିକ, ଦୀପକ ସିଂ ବରିହା,ତ୍ରିଲୋକେଶ ବରିହା, ପୁରନ୍ଦର ଭୋଇ, ଅଫିସ ସହକାରୀ ତୁଷାର ରଞ୍ଜନ ପାଣିଗ୍ରାହୀ,ଝଣ୍ଟୁ ଛତର,ପୂରନ ବାଗ ସହଯୋଗ କରିଥିଲେ।ଶେଷରେ ଧନ୍ୟବାଦ ଦେଇଥିଲେ ବିଦ୍ୟାଳୟ ର ଶିକ୍ଷକ କିଶୋର କୁମ୍ଭାର।