ପଦ୍ମପୁର-ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୫ ତମ ଜନ୍ମତିଥିରେ ଶିଶୁ ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନାଙ୍କ ସଭାପତିତ୍ବରେ ପାଳନ କରାଯାଇଛି। ମୋ ସ୍କୁଲ ଅଭିଯାନ ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ମକରଧ୍ବଜ ବଗାର ଅତିଥି ଭାବରେ ଯୋଗଦେଇଥିଲେ।
ପଣ୍ଡିତ ନେହେରୁଙ୍କ ଫଟୋଚିତ୍ରରେ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରାଯାଇଥିଲା। ଛାତ୍ରୀ ମାନେ ପୂଜାପାଠ ବେଳେ ମନ୍ତ୍ର ଉଚ୍ଚାରଣ କରିଥିଲେ।ଭାରତ ବନ୍ଦନା ସଂଗୀତ ଗାନ କରିଥିଲେ ଶିଶୁ ଛାତ୍ରୀ ଲିଜୁତା ଛତ୍ରିଆ। ସଭାପତି ଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷକ କ୍ଷୀରୋଦ୍ର ନାଥ ସାହୁ ସଭା ପରିଚାଳନା କରିଥିଲେ।୨୨ ଜଣ ଛାତ୍ର ଛାତ୍ରୀ ନେହେରୁ ଙ୍କ ଜୀବନୀ ତଥା ଆଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ।
ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଦିଆଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟ ରେ ବକ୍ତବ୍ୟ ରଖିଥିଲେ। ପ୍ରଧାନ ଶିକ୍ଷକ ନେହେରୁଙ୍କ ଜନ୍ମଦିନ ଓ ଆଜିର ସମାଜରେ ଜନ୍ମଦିନର ତାତ୍ପର୍ଯ୍ୟ ବୁଝାଇ ଥିଲେ। ସଭାକୁ ସଫଳ କରିବାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଶିକ୍ଷୟିତ୍ରୀ ରେବତୀ ବିଶି ଧନ୍ୟବାଦ ଦେଇଥିଲେ।