Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ...

ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ।

ପଦ୍ମପୁର-ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ ଦହିତା ଠାରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସକାଳ ୫ଟା ୩୦ ମିନିଟ୍ ରୁ ସମବେତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଆଜିର ଅତିଥି ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପାଣିଗ୍ରାହୀ ଙ୍କ ଉପସ୍ଥିତି ରେ ଛାତ୍ରୀ ଲିଜୁତା ଛତ୍ରିଆ ଙ୍କ କଣ୍ଠରେ ରାମଧୁନ୍ ର ତାଳେତାଳେ ଛାତ୍ର ସୁମିତ୍ ମେହେରଙ୍କ ମୃଦୁଙ୍ଗ ଓ ସରସ୍ବତୀ, ନୂଆ ଦେଇ,ମନିଷା, ପୂଜା,ଜିନା ଆଦି ଛାତ୍ରୀ ଙ୍କ ଗିନି ବାଜାଣାର ଝଙ୍କାର ରେ ପ୍ରଭାତ ଫେରିଶୋଭାଯାତ୍ରାରେ ଦହିତା ଗ୍ରାମ ମୁଖରିତ ହୋଇ ଉଠିଥିଲା।

ପରେ ଶିକ୍ଷକ କ୍ଷୀରୋଦ୍ର ନାଥ ସାହୁ ଙ୍କ ମଞ୍ଚ ପରିଚାଳନା ରେ ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ପଟ୍ଟଚିତ୍ର ରେ ଫୁଲ ଚନ୍ଦନ ଲଗାଇ ଦୀପ ପ୍ରଜ୍ବଳନ ପୂର୍ବକ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁନା ଓ ଅତିଥି ପାଣିଗ୍ରାହୀ ପୁଷ୍ପମାଳ ପିନ୍ଧାଇ ଥିଲେ। ପ୍ରଧାନ ଶିକ୍ଷକ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଛାତ୍ର ଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ। ଶିକ୍ଷକ ପୁରନ୍ଦର ଭୋଇ, କିଶୋର କୁମ୍ଭାର,ତ୍ରିଲୋକଶ ବରିହା, ତୁଷାର ରଞ୍ଜନ ପାଣିଗ୍ରାହୀ,ପୂରଣ ବାଗ କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ ର ହାତ ବଢ଼ାଇଥିଲେ। ଶେଷରେ ଧନ୍ୟବାଦ ଦେଇଥିଲେ ଶିକ୍ଷକ ପୁରନ୍ଦର ଭୋଇ।

error: Content is protected !!