
ପଦ୍ମପୁର-ଦହିତା ସ୍ଥିତ ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଚଳିତ ବର୍ଷର ବାର୍ଷିକ ଦ୍ୱି ଦିବସୀୟ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଉପେନ୍ଦ୍ର ପଟେଲ, ମୋ ସ୍କୁଲ ଅଭିଯାନ ସଭାପତି ତଥା ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ମକରଧ୍ବଜ ବଗାର୍ , ବିଦ୍ୟାଳୟର ପୃଷ୍ଠ ପୋଷକ ତଥା ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ସୁରେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକ କ୍ଷୀରସିନ୍ଧୁ ସୁନା କ୍ରୀଡ଼ା ପତାକା ଉତ୍ତୋଳନ କରି ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ। ଛାତ୍ରଛାତ୍ରୀ ମାନେ ସୋନାଲିକା ଶବରଙ୍କ ନିର୍ଦ୍ଦେଶନାରେ କ୍ରୀଡ଼ା ଶିକ୍ଷକ ରାଜେଶ ଥନାପତି, ଜ୍ଞାନଚାନ୍ଦ ଲୋହାର,କସ୍ତୁଭମ୍ ମିଶ୍ରଙ୍କ ତତ୍ତ୍ୱାବଧାନରେ ମାର୍ଚ୍ଚ ପାଷ୍ଟ କରି ଖେଳୁଆଡ ମନୋଭାବର ଶପଥ ପାଠ ପୂର୍ବକ ଖେଳ ଖେଳି ଥିଲେ। ଦ୍ଵିତୀୟ ଦିବସରେ ମଧ୍ୟ ଉତ୍ସାହ ଭରା ଖେଳ ହୋଇଥିଲା।

ଅପରାହ୍ନରେ ଉଦଯାପନୀ ସଭାରେ ପୂର୍ବ ଅତିଥି ସମେତ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ସୁଶ୍ରୀ ମଧୁସ୍ମିତା ସାହୁ ମଞ୍ଚାସୀନ ହୋଇ ସମସ୍ତେ କ୍ରୀଡ଼ାର ଉପକାରିତା, ଉପଯୋଗିତା,ତଥା ସୁସ୍ଥ ଶରୀର ପାଇଁ କ୍ରୀଡ଼ା ଓ କ୍ରୀଡ଼ା ମାଧ୍ୟମରେ ନିଜର କେରିଅର ତିଆରି କରିବାର ଉଦବୋଧନ ଦେଇଥିଲେ। ସୁରେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ସ୍ବର୍ଗତ ପିତା ଭଗବାନ ପାଣିଗ୍ରାହୀଙ୍କ ପ୍ରଦତ୍ତ ଖେଳ ପଡିଆରେ ଖେଳ ଅନୁଷ୍ଠିତ ହୋଇଥିଲା,ଯାହାକି ବିଦ୍ୟାଳୟର ନାମରେ ରେକର୍ଡ ଭୁକ୍ତ କରିବାକୁ ପ୍ରଧାନ ଶିକ୍ଷକଙ୍କ ପ୍ରସ୍ତାବକୁ ଶ୍ରୀ ପାଣିଗ୍ରାହୀ ସ୍ବୀକାର କରିଥିଲେ। ବିଭିନ୍ନ ଖେଳରେ ବିଜୟୀ ଖେଳାଳି ମାନଙ୍କୁ ଅତିଥି ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ କରକମଳରେ ଫଳକ ସହ ସମ୍ବର୍ଦ୍ଧନା ପତ୍ର ଦିଆଯାଇଥିଲା।

ବାଳିକା ବର୍ଗରେ ଲିସା ସାହା, ଟିକେଶ୍ଵରୀ ସାହୁ ଓ ବାଳକ ବର୍ଗରେ ନରେଶ ଭୋଇ, ସୁବାସ ଭୋଇ ଚମ୍ପିୟାନ ହୋଇଥିଲେ। ଖେଳର ସଫଳ ପାଇଁ ସହଯୋଗ କରିଥିଲେ କ୍ଷୀରୋଦ୍ର ନାଥ ସାହୁ, କିଶୋର କୁମ୍ଭାର, ତ୍ରିଲୋକେଶ ବରିହା,ଦୀପକ ସିଂ ବରିହା, ରାହୁଲ କୁମାର ବିଶ୍ବାଳ, ପୁରନ୍ଦର ଭୋଇ, ତୁଷାର ରଞ୍ଜନ ପାଣିଗ୍ରାହୀ, ଭାନୁମତି କଲିହାରୀ, ପୂଜା ସାହୁ, ରେବତୀ ବିଶି, ଅଞ୍ଜଳି ବେହେରା, ମନିଷା ବେଶ୍ରା ଓ ପୂରନ ବାଗ ।ସ୍କାଉଟ୍ ଗାଇଡ୍ ର ୩୦ ଜଣ ଛାତ୍ରଛାତ୍ରୀ ଶୃଙ୍ଖଳିତ ଭାବେ ସହଯୋଗ ହାତ ବଢ଼ାଇଥିଲେ। ଶେଷରେ ଶିକ୍ଷୟିତ୍ରୀ ଭାନୁମତି କଲିହାରୀ ଧନ୍ୟବାଦ ଅର୍ପଣ କରିଥିଲେ ।



