Saturday, March 7, 2026
Homeରାଜ୍ୟଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ।

ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ।

ପଦ୍ମପୁର-ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନାଙ୍କ ସଭାପତିତ୍ବରେ ଗୁରୁଦିବସ ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର ପଟେଲ। ସଭାକାର୍ଯ୍ୟ ଆରମ୍ଭରେ ମହାନ୍ ଦାର୍ଶନିକ, ଶିକ୍ଷକ, ରାଜନୈତିକ ଗୁରୁଣାଂ ଗୁରୁବାର ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଦୀପଂ ଜ୍ୟୋତି ପୂଜା ମନ୍ତ୍ରର ଛନ୍ଦେ ଛନ୍ଦେ ଧୂପ ଦୀପ ଦିଆଯାଇ ଲିଜୁତା ଓ ସାବିତ୍ରୀଙ୍କ କଣ୍ଠ ଝଙ୍କୃତ ଗୀତ”ହେ ଗୁରୁ ତୁମେ ମଙ୍ଗଳମୟ” ସମବେତ ଗାନ କଲେ। ସଭାରେ ୩୩ଜଣ ଛାତ୍ର ଛାତ୍ରୀ ରାଧାକ୍ରିଷ୍ଣନଙ୍କ ଜୀବନୀ ଓ ଆଦର୍ଶ ବିଷୟରେ ବକ୍ତବ୍ୟ ରଖିଥିଲେ।

ଅତିଥି ଶ୍ରୀଯୁକ୍ତ ପଟେଲ ଏକଲବ୍ୟ ଉପାଖ୍ୟାନରୁ ନେଇ ପୁରାଣ ଅନୁସାରେ ଗୁରୁ ପରଂପରା ଓ ଆଜିର ଛାତ୍ର ଛାତ୍ରୀ କିପରି ବିପଥଗାମୀ ନହେବେ ସେହି ବାର୍ତ୍ତା ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରୋଦ୍ର ନାଥ ସାହୁ ଗୁରୁ ପରଂପରା ଓ ବିଭିନ୍ନ ଯଶସ୍ୱୀ ଗୁରୁ ଓ ସେମାନଙ୍କ ଆଦର୍ଶ ସହ ସ୍ବାମୀ ଦୟାନନ୍ଦ ସରସ୍ୱତୀ, ସ୍ବାମୀ ରାମକୃଷ୍ଣ ପରମହଂସ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଆଦର୍ଶ ବିଷୟରେ ଆଲୋଚନା କରିଥିଲେ।ଅନ୍ୟତମ ବରିଷ୍ଠ ଶିକ୍ଷକ ବିଭିନ୍ନ ଶ୍ଳୋକ ଉଦ୍ଧାର କରି ବିଦ୍ୟାର ଗୁଣ ଓ ଗୁରୁତ୍ବ ବିଷୟରେ ଜ୍ଞାନ ମନ୍ତ୍ର ପ୍ରଦାନ କରିଥିଲେ।

ସଭାପତି ଶ୍ରୀଯୁକ୍ତ ସୁନା ଗୁରୁ ରାମଦାସ ଙ୍କ ପ୍ରତି ଶିଷ୍ୟ ଛତ୍ରପତି ଶିବାଜୀ ଙ୍କ ଗୁରୁଭକ୍ତି ଉପାଖ୍ୟାନ ସହ ଆଜିର ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଗୁରୁଜୀ ଗୁରୁମାଙ୍କପ୍ରତି ଶ୍ରଦ୍ଧା ଭକ୍ତ ସହ ଆଜ୍ଞା ବହ ହୋଇ ନିୟମିତ ବିଦ୍ୟାଳୟ ଆସିବାକୁ ଆହ୍ୱାନ କରି ବିନୋଦ ବିହାରୀ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ବୁଢ଼ାରଜା ହାଇସ୍କୁଲ, ସମ୍ବଲପୁର ଙ୍କ ରଚିତ ଗୁରୁ ବନ୍ଦନା ଗାନ କରିଥିଲେ।

ଲିଜୁତା ଛତ୍ରିଆ ଗୁରୁ “ନିମ କୁ ଅମୃତ କରିପାରେ” ଗୀତ ଗାଇ ଗୁରୁବନ୍ଦନା କରିଥିଲେ। ସମସ୍ତ ଛାତ୍ର ଛାତ୍ରୀଙ୍କ ତରଫରୁ ଗୁରୁ ମାନଙ୍କୁ ଫୁଲମାଳ ପିନ୍ଧାଇ ଚନ୍ଦନ ଟୀକା ଦିଆଯାଇ ପଦ ବନ୍ଦନା କରାଯାଇଥିଲା।ଗଣିତ ଶିକ୍ଷକ ଶ୍ରୀଯୁକ୍ତ ଦୀପକ ସିଂ ବରିହା ଧନ୍ୟବାଦ ଅର୍ପଣ କରିଥିଲେ।ସଭା ସାଙ୍ଗ ଘୋଷଣା ପରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆ ଯାଇଥିଲା। ଶ୍ରୀଯୁକ୍ତ କିଶୋର କୁମ୍ଭାର,ତ୍ରିଲୋକେଶ ବରିହା, ତୁଷାର ରଞ୍ଜନ ପାଣିଗ୍ରାହୀ,ସୋନାଲିକା ଶବର, ରେବତୀ ବିଶି, ଭାନୁମତୀ କଲାହାରୀ, ପୂଜା ସାହୁ, ମନୀଷା ବେଶ୍ରା ଓ ପୂରନ୍ ବାଗ କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼ାଇଥିଲେ ।

error: Content is protected !!