Saturday, March 7, 2026
Homeରାଜ୍ୟଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ,ଦହିତା ଠାରେ ସ୍ବତନ୍ତ୍ର ପି.ଟି.ଏ ସଭା ।

ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ,ଦହିତା ଠାରେ ସ୍ବତନ୍ତ୍ର ପି.ଟି.ଏ ସଭା ।

ପଦ୍ମପୁର-ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ,ଦହିତା ଠାରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ଅଭିଭାବିକା ପରିଚାଳନା କମିଟିର ଏକ ସ୍ବତନ୍ତ୍ର ସଭା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନାଙ୍କ ଆବାହକତ୍ୱରେ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର ପଟେଲଙ୍କ ସଭାପତିତ୍ୱ କରିଥିଲେଅନୁଷ୍ଠିତ ହୋଇଯାଇଛି ।ସଭାରେ ଉପସ୍ଥିତ ଥିଲେ ଡଙ୍ଗାଛଞ୍ଚା କ୍ଳଷ୍ଟର୍ ର ସଂଯୋଜକ ଶ୍ରୀଯୁକ୍ତ ଆଶିଷ ବୈକାର,ମନିଟରିଂରେ ଆସିଥିବା ବି.ଆର୍.ସି.ସି ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାମ ସିଂ ଭୁଏ, ପଡୋଶୀ ଫୁଲ ମତିପୁର କ୍ଳଷ୍ଟର୍ ସଂଯୋଜକ ଶ୍ରୀଯୁକ୍ତ ହେମନ୍ତ ଛୁରା, ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରୋଦ୍ର ନାଥ ସାହୁ, କିଶୋର କୁମ୍ଭାର, ପୁରନ୍ଦର ଭୋଇ, ଦୀପକ୍ ସିଂ ବରିହା,ତ୍ରିଲୋକେଶ ବରିହା ଶିକ୍ଷୟିତ୍ରୀ ଭାନୁମତୀ କଲାହାରୀ, ପୂଜା ସାହୁ, ରେବତୀ ବିଶି, ଅଞ୍ଜଳି ବିଶି,ସୋନାଲିକା ଶବର, ମନୀଷା ବେଶ୍ରା ଓ ଅଭିଭାବକ ମାନେ ଉପସ୍ଥିତ ରହି ଆସ ସ୍କୁଲ ଯିବା ଶୋଭାଯାତ୍ରା ସଚେତନତାର ପଦଯାତ୍ରା ଗ୍ରାମ ପରିକ୍ରମା କରିଥିଲେ।

ସଭାରେ ପ୍ରଧାନ ଶିକ୍ଷକ ସ୍ବାଗତ ଭାଷଣ ଦେବାସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ସିଆର୍ ସି ସି ବୈକାର ଆସ ସ୍କୁଲ ଯିବା କାର୍ଯ୍ୟକ୍ରମରେ ଅଭିଭାବକ ଅଭିଭାବିକା ପିତା ମାତା ତଥା ସହପାଠୀ,ସମ ବୟସ୍କଙ୍କ ଭୂମିକା ବିଷୟରେ କହିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭୁଜ ସ୍କୁଲର ସୁବିଧା ଅସୁବିଧା ବୁଝିବା ସହ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ା ପ୍ରତି ଆଗ୍ରହ ସହ ବିଦ୍ୟାଳୟ ର ସମସ୍ତ ସରକାରୀ ପ୍ରୋତ୍ସାହନ ବିଷୟରେ ଆଲୋଚନା କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମ କେମିତି ଆକର୍ଷଣୀୟ ହେଉଛି ପଚାରି ବୁଝିଥିଲେ। ସଭାପତି ତଥା ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର ପଟେଲ ବିଭିନ୍ନ ଅସୁବିଧା ବିଷୟରେ କହିବା ସହ ପ୍ରାଥମିକ ବିଭାଗ ପାଇଁ ବିଜ୍ଞାନ ଶିକ୍ଷକର ଆବଶ୍ୟକତା ଓ ବାଳକ ଶୌଚାଳୟ ନିର୍ମାଣ ଅତି ଜରୁରୀ ପାଇଁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟିକୁ କରାଯିବାକୁ ମତ ରଖିଥିଲେ। ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ପଡୋଶୀ ପିଲାମାନେ ବିଦ୍ୟାଳୟକୁ ଆଣିବାକୁ ପରାମର୍ଶ ଦେଇଥିଲେ।ଶେଷରେ ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!