ପଦ୍ମପୁର-ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ , ଦହିତା ଠାରେ ୭୯ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜାତୀୟ ପତାକାକୁ ଉତ୍ତୋଳନ କରି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନା ଅଭିବାଦନ ଗ୍ରହଣ କରିଥିଲେ।ଉକ୍ତ ଭବ୍ୟ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର ପଟେଲ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁନା ଉପସ୍ଥିତ ସ୍କାଉଟ୍,ଗାଇଡ୍, ଜୁନିଅର ରେଡ଼କ୍ରସ୍, ଅନ୍ୟାନ୍ୟ ବିଦ୍ୟାର୍ଥୀ ସମେତ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଙ୍କୁ ଏହି ଶୁଭ ଅବସରରେ ଶୁଭେଚ୍ଛା ଜଣାଇବା ସହ ଜାତୀୟ ପତାକାକୁ ସମ୍ମାନ ଜଣାଇ ବିଦ୍ୟାଳୟ ଉନ୍ନତି ଓ ଜାତିଗଠନରେ ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କ ଭୂମିକା, ଛାତ୍ର ଛାତ୍ରୀ ଙ୍କ ଅଧ୍ୟବସାୟ ଉପରେ ଆଲୋକପାତ କରି ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିଥିଲେ।

ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ସହିତ ଛାତ୍ରଛାତ୍ରୀମାନଙ୍କ ଅନୁପସ୍ଥିତ ହାର କମାଇବାକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବ୍ରତୀ ହେବାକୁ ଆହ୍ବାନ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଶୈକ୍ଷିକ ମାନ ବୃଦ୍ଧି ପାଇଁ ବିଦ୍ୟାଳୟ ର ବିଭିନ୍ନ ଯୋଜନା ବିଷୟରେ ଜଣାଇଥିଲେ।ଅତିଥି ଶ୍ରୀଯୁକ୍ତ ପଟେଲ ପୂର୍ବସୂରୀମାନଙ୍କ ସ୍ମୃତି ଚାରଣ କରି ଛାତ୍ର ଛାତ୍ରୀ ମାନେ ପରିଶ୍ରମୀ ହେବାକୁ କହିଥିଲେ।ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରୋଦ୍ର ନାଥ ସାହୁ ସମବେତ ଜନତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ପରେ ଘୋଷ ବାଦ୍ୟର ତାଳେ ତାଳେ ସ୍କାଉଟ୍,ଗାଇଡ୍, ଜୁନିୟର ରେଡ଼କ୍ରସ୍, ଅନ୍ୟାନ୍ୟ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ତତ୍ବାବଧାନରେ ଦହିତା ଗ୍ରାମ ପରିକ୍ରମା କରିଥିଲେ। ବଜାର ପାଖରେ ଫଳ ବ୍ୟବସାୟୀ ଶ୍ରୀଯୁକ୍ତ କୈଳାସ ପ୍ରଧାନ,ଗଡ଼ ଫୁଲଝର ଆବେଗ ଭାବେ ମାର୍ଚ୍ଚ ପାଷ୍ଟ ଦେଖି ଛାତ୍ର ଛାତ୍ରୀ ମାନଙ୍କୁ ସେଓ ଫଳ ବାଣ୍ଟିଥିଲେ।

ଭାରତ ମାତାର ଜୟ ଜୟକାର ଧ୍ୱନି ରେ ଗ୍ରାମ ମୁଖରିତ ହେଉଥିଲା। ବିଦ୍ୟାଳୟ କୁ ଫେରି ବିସ୍କୁଟ ବଣ୍ଟନ ପରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆ ଯାଇଥିଲା। ଗାଇଡ୍ ମୁସ୍କାନ୍ ବାଗଙ୍କ କମାଣ୍ଡର ରେ ଗାଇଡ୍ କ୍ୟାପଟେନ୍ ସୋନାଲିକା ଶବର ଙ୍କ ପ୍ରତ୍ୟକ୍ଷଣ ନିର୍ଦ୍ଦେଶନାରେ ଓ ସ୍କାଉଟ୍ ମାଷ୍ଟର ତ୍ରିଲୋକେଶ ବରିହା ଙ୍କ ସହଯୋଗ ରେ ଟ୍ରୁପ୍ ମାର୍ଚ୍ଚ ପାଷ୍ଟ ହୋଇ ଥିଲା। ପ୍ୟାରେଡ୍ ପରିଚାଳନା ରେ ସହଯୋଗ କରିଥିଲେ ପିଟିଆଇ କସ୍ତୁଭମ୍ ମିଶ୍ର। ଶିକ୍ଷକ କିଶୋର କୁମ୍ଭାର, ପୁରନ୍ଦର ଭୋଇ, ରେଡ଼କ୍ରସ୍ କାଉନ୍ସେଲର ଦୀପକ୍ ସିଂ ବରିହା, ମନୀଷା ବେଶ୍ରା, ଶିକ୍ଷୟିତ୍ରୀ ଭାନୁମତି କଲ୍ହାରୀ, ଅଞ୍ଜଳି ବେହେରା,ପୂଜା ସାହୁ, ରେବତୀ ବିଶି, ସହକାରୀ ତୁଷାର ରଞ୍ଜନ ପାଣିଗ୍ରାହୀ,ପୁରନ ଭାଇ କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ ର ହାତ ବଢ଼ାଇ ଥିଲେ।



