ପଦ୍ମପୁର– ଦହିତା ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତା ଠାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନାଙ୍କ ସଭାପତିତ୍ବରେ ହାଇସ୍କୁଲ ସାର୍ଟିଫିକେଟ ବିତରଣ ସହ ମେଧାବୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର ପଟେଲ ଓ ଜିଲ୍ଲା ପରିଷଦର ସଦସ୍ୟ ତଥା ବିଦ୍ୟାଳୟ ର ମୋ ସ୍କୁଲ ଅଭିଯାନର ସଭାପତି ଶ୍ରୀଯୁକ୍ତ ମକରଧ୍ବଜ ବଗାର ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ଅର୍ଥରାଶି ସହ ପ୍ରଶଂସାପତ୍ର ପ୍ରଦାନ କରିଥିଲେ।

ବାର୍ଷିକ ଉତ୍ସବର ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଭୋଜରାଜ ବୁଡ଼େକ, ମାଣ୍ଡୋସିଲ A2 ଗ୍ରେଡ଼ ପାଇଥିବା ଶ୍ରୀୟାରାଣୀ ମେହେର ଓ ବର୍ଷାରାଣୀ ପାଣିଗ୍ରାହୀଙ୍କୁ ଏକ ହଜାର ଲେଖାଏଁ ଟଙ୍କା ପ୍ରୋତ୍ସାହନ ପ୍ରଦାନ କରିଥିଲେ। ବିଭିନ୍ନ ବିଷୟରେ ୯୦ ପ୍ରତିଶତରୁ ଅଧିକ ଅଙ୍କ ସୂଚୀ ରଖିଥିବା ଛାତ୍ରୀ ଯଥା ଶ୍ରୀୟାରାଣୀ ମେହେର A2,ବର୍ଷାରାଣୀ ପାଣିଗ୍ରାହୀA2, ପ୍ରିୟଙ୍କା ପାଣ୍ଡେ B1, ଅମ୍ବିକା ମେହେର B1 ଓ ମହିମା ସୁନାଙ୍କୁ ପ୍ରତ୍ୟେକ ୯୦ ପ୍ରତିଶତରୁ ଅଧିକ ଅଙ୍କ ସୂଚୀ ପାଇଁ ଏକ ହଜାର ଲେଖାଏଁ ଅର୍ଥ ରାଶି ବିଦ୍ୟାଳୟ ତରଫରୁ ପ୍ରଦାନ କରାଯାଇଥିଲା।

ଆଜି ବିଦ୍ୟାଳୟର ୧୦୪ ଜଣ ଛାତ୍ର ଛାତ୍ରୀ ମାନଙ୍କମଧ୍ୟରୁ ୭୯ ଜଣଙ୍କୁ ସାର୍ଟିଫିକେଟ ବିତରଣ କରାଗଲା। ସେହିପରି ସ୍କାଉଟ୍ , ଗାଇଡ୍ ମାନଙ୍କୁ ରାଜ୍ୟପାଳ ପୁରସ୍କାର ସାର୍ଟିଫିକେଟ ବିତରଣ କରାଗଲା।ଉକ୍ତ କାର୍ଯ୍ୟକ୍ରମରେ ଅଭିଭାବକ ଅର୍ଜ୍ଜୁନ ମେହେର,ଅନନ୍ତ ପ୍ରସାଦ ପାଣିଗ୍ରାହୀ,ସୁଦନ ପାଣ୍ଡେ, କିଶୋର ବାରିକ ସମେତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଚଞ୍ଚଳା କୁମାରୀ ସାହୁ, କ୍ଷୀରୋଦ୍ରନାଥ ସାହୁ, କିଶୋର କୁମ୍ଭାର,ସୋନାଲିକା ଶବର, ଭାନୁମତୀ କଲିହାରୀ,ଦୀପକ ସିଂ ବରିହା,ପୂଜା ସାହୁ, ରେବତୀ ବିଶି,ତ୍ରିଲୋକେଶ ବରିହା, ପୁରନ୍ଦର ଭୋଇ, ଅଞ୍ଜଳି ବେହେରା, ତୁଷାର ରଞ୍ଜନ ପାଣିଗ୍ରାହୀ,ପୁରନ୍ ବାଗ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ କ୍ଷୀରୋଦ୍ରନାଥ ସାହୁ।




