ପଦ୍ମପୁର – ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ ଦହିତା ଠାରେ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମାନ୍ୟବର ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଯୋଗଦେଇ ପାଠପଢ଼ା ରେ ମାଆ ମାନଙ୍କ ଭୂମିକା ଉପରେ ବକ୍ତବ୍ୟ ରଖିବା ସହ କୌଣସି ପିଲା ଦୁର୍ବଳ ନୁହନ୍ତି,ଏଇ ବାର୍ତ୍ତା ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀଯୁକ୍ତ ରାଜମଣି ସାହୁ, ଶିକ୍ଷାବିତ୍ ଯୋଗଦେଇ ଗୁରୁ ଶିଷ୍ୟର ସଂପର୍କର ବିଚାର ଧାରା ଉପରେ ସୁନ୍ଦର ବକ୍ତବ୍ୟ ରଖିଥିଲେ। ଗ୍ରାମ ମୁଖ୍ୟ ଶ୍ରୀଯୁକ୍ତ ସରୋଜ ପାଣିଗ୍ରାହୀ ବାର୍ଷିକ ଉତ୍ସବ ବିଦ୍ୟାଳୟ ତଥା ପ୍ରଧାନ ଶିକ୍ଷକଙ୍କ ପ୍ରତି ଗ୍ରାମର ଜନସାଧାରଣ ଓ ଅଭିଭାବକ ଖୁସି ଥିବା ବ୍ୟକ୍ତ କରିଥିଲେ।
ବିଦ୍ୟାଳୟରେ ପ୍ରାୟ ୫୦୦ ଛାତ୍ରଛାତ୍ରୀ ବସିବା ପାଇଁ ପ୍ରାର୍ଥନା ସଭାଗୃହର ନିର୍ମାଣ ପାଇଁ ମାନ୍ୟବର ସାଂସଦଙ୍କ ଠାରେ ନିବେଦନ କରିଥିଲେ । ସଭାରେ ମଞ୍ଚାସୀନଥିଲେ ଅନ୍ୟତମ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ତଥା ମୋ ସ୍କୁଲ ଅଭିଯାନ ସଭାପତି ଶ୍ରୀଯୁକ୍ତ ମକରଧ୍ବଜ ବଗାର ମଞ୍ଚାସୀନଥିଲେ। ଧନ୍ୟବାଦ ଦେଇଦେଲେ ଶିକ୍ଷକ ଶ୍ରୀଯୁକ୍ତ କିଶୋର କୁମ୍ଭାର। ସେହିପରି ଉଦ୍ ଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ, ସ୍ବତନ୍ତ୍ର ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସରୋଜା ବେହେରା,
ରାଜବୋଡାସମ୍ବର ବ୍ଳକ୍, ସମ୍ମାନୀତ ଅତିଥି ଭାବରେ ଶ୍ରୀଯୁକ୍ତ ଉପେନ୍ଦ୍ର ପଟେଲ ଓ ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ଭୋଜରାଜ ବୁଡେକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କପାଇଁ ଉତ୍ସାହର ବାଣୀ ଶୁଣାଇ ଥିଲେ। ଧନ୍ୟବାଦ ଦେଇଥିଲେ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରୋଦ୍ର ନାଥ ସାହୁ।ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥିଲା। ଛାତ୍ର ଛାତ୍ରୀ ମାନଙ୍କୁ ନିଜ ନିଜ ପାରଦର୍ଶିତା ପାଇଁ ସମ୍ମାନୀତ କରାଯାଇଥିଲାଅଞ୍ଚଳର ସମସ୍ତ ଜନସାଧାରଣ ଅଭିଭାବକ ଖୁସି ବ୍ୟକ୍ତ କରିଥିଲେ।