ବିଜେପୁର – ବରଗଡ ଜିଲ୍ଲା ବିଜେପୁରରେ ଜଳସମ୍ପଦ ବିଭାଗ,ଓଡ଼ିଶା ସରକାରଙ୍କ ପକ୍ଷରୁ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ବିଭାଜନ ନଂ-୧ର କାର୍ଯ୍ୟାଳୟ ଓ କର୍ମଚାରୀ ମାନଙ୍କ ପାଇଁ ବାସଗୃହର ଶୁଭ ଉଦଘାଟନ ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡତୀୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଟନ ଚିପି ଏହାକୁ ଉଦଘାଟନ କରିଥିଲେ ।ଏହି ଶୁଭ ମୁହୁର୍ତ୍ତ ଅବସରରେ ସମ୍ମାନୀତ ଅତିଥି ଭାବେ ମାନ୍ୟବର ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଯୋଗଦେଇଥିଲେ ।
ବିଭାଗୀୟ ଅବବାହିକା ପରିଚାଳକ,ବୁର୍ଲାର ମୁଖ୍ୟଯନ୍ତ୍ରୀ ଇଂ ଆନନ୍ଦ ଚନ୍ଦ୍ର ସାହୁ,ଅଧିକ୍ଷଣ ଯନ୍ତ୍ରୀ ସୁଧିର ସାହୁ,ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନଜିତ ଦାଶ,ଏସଡିଓ କେ.ରାମବାବୁ, ସହକାରୀ ଯନ୍ତ୍ରୀ ସୁବନ ସିଂ ପ୍ରମୁଖ ଯୋଗଦାନ କରିଥିଲେ।
ଏହି ଉଦଘାଟନୀ ଉତ୍ସବରେ ଅନେକ ବୁଦ୍ଧିଜୀବୀ, ବିଭିନ୍ନ ବିଭାଗୀୟ ଉଚ୍ଚ ପଦସ୍ଥ କର୍ମଚାରୀ,ବିଭିନ୍ନ ଅଞ୍ଚଳରୁ ଶତାଧିକ ଚାଷୀ, ଜନସାଧାରଣ ଯୋଗଦାନ କରି ସମାରୋହକୁ ସାଫଲ୍ୟ ମଣ୍ଡିତ କରିଥିଲେ ।