Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗଙ୍ଗାଧରଙ୍କ ପ୍ରତ୍ୟେକ ସୃଷ୍ଟି ଗୋଟିଏ ଗୋଟିଏ ଅମୂଲ୍ୟ ହୀରା l

ଗଙ୍ଗାଧରଙ୍କ ପ୍ରତ୍ୟେକ ସୃଷ୍ଟି ଗୋଟିଏ ଗୋଟିଏ ଅମୂଲ୍ୟ ହୀରା l

ପଦ୍ମପୁର-ବୁରୋମୁଣ୍ଡା ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ବରେ ଓଡ଼ିଶାର ବରପୁତ୍ର ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଗ୍ରାମର ଅବସରପ୍ରାପ୍ତ ଗୁରୁ ଶ୍ରୀଯୁକ୍ତ ଜୀବର୍ଦ୍ଧନ ସାହୁ, ଶ୍ରୀଯୁକ୍ତ ଗଣପତି ପଧାନ ଓ ଶ୍ରୀଯୁକ୍ତ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ଶିକ୍ଷକ ପଞ୍ଚାନନ ମାଝୀ ସ୍ବାଗତ ଭାଷଣ ଦେଇଥିବାବେଳେ ଶିକ୍ଷକ ରଜତ କୁମାର ଚୌହାନ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସୁବଳ ଠାକୁର ଓ ଶିକ୍ଷୟିତ୍ରୀ ନିହାରୀକା ଯୋଶୀ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଗଙ୍ଗାଧରଙ୍କ ପ୍ରତ୍ୟେକ ସୃଷ୍ଟି ଗୋଟିଏ ଗୋଟିଏ ଅମୂଲ୍ୟ ହୀରା ବୋଲି ପ୍ରଧାନ ଶିକ୍ଷକ ତାଙ୍କ ଅଭିଭାଷଣରେ କହିଥିଲେ । ଛାତ୍ରଛାତ୍ରୀମାନେ ସ୍ଵଭାବକବି ଗଙ୍ଗାଧରଙ୍କ କବିତାଗୁଡିକ ଆବୃତ୍ତି କରିଥିଲେ । ଏହି ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷୟିତ୍ରୀ ନିବେଦିତା ପାଣିଗ୍ରାହୀ, ଶିକ୍ଷକ ମୋହନ ପଧାନ ଓ ତିଲୋତ୍ତମ ବିଶିଙ୍କ ସଂଯୋଜନାରେ ପୁରସ୍କାର ବିତରଣ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ସଦସ୍ୟା, ଶିକ୍ଷକ ଅର୍ଜୁନ ତାଣ୍ଡି, ମନୋଜ କୁମାର ପାଢୀ, ପ୍ରଫୁଲ୍ଲ କୁମାର ସାଗର, ଶିକ୍ଷୟିତ୍ରୀ ସ୍ଵପ୍ନାରାଣୀ ଭୋଇ ଓ ସସ୍ମିତା ସାହୁ ଏବଂ କନିଷ୍ଠ ସହାୟକ ବୈଲୋଚନ ସେଠ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

error: Content is protected !!