Saturday, March 7, 2026
Homeରାଜ୍ୟଖୋଲାରେ ମାଂସ ବିକ୍ରି କୁ ବିରୋଧ କଲା ବିଜେପି ।

ଖୋଲାରେ ମାଂସ ବିକ୍ରି କୁ ବିରୋଧ କଲା ବିଜେପି ।

ସମ୍ବଲପୁର – ସମ୍ବଲପୁର ସହରରେ ମୁଖ୍ୟ ରାସ୍ତା ଉପରେ ଖୋଲା ରେ ମାଂସ ବିକ୍ରି କୁ ବିରୋଧ କରିଛି ବିଜେପି । ଆଜି ବିଜେପି ର ଏକ ପ୍ରତିନିଧି ଦଳ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ରେ ପୋୖରାୟୁକ୍ତ ଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗ ରେ ସବିଶେଷ ଆଲୋଚନା କରି ଏକ ଦାବୀ ପତ୍ର ପ୍ରଦାନ କାରିଛନ୍ତି । ବିଜେପି ପକ୍ଷରୁ ଦିଆ ଯାଇଥିବା ଦାବୀ ପତ୍ର ରେ କୁହାଯାଇଛି ଯେ ସମ୍ବଲପୁର ସହର ର ସେନ ପାର୍କ ଛକ୍ ରୁ ଜିଲ୍ଲା ସ୍କୁଲ ଛକ୍ ଯାଏଁ ବହୁ ମାଂସ ଦୋକାନ ରହିଛି । ଦୋକାନ ଗୁଡିକ ରେ ଛେଳି ଓ କୁକୁଡ଼ା ମାଂସ ଖୋଲା ରେ ପ୍ରଦର୍ଶିତ କରାଯାଉଛି, ଯାହାକି ସମ୍ପୂର୍ଣ୍ଣ ଭାବେ ବେଆଇନ ଅଟେ । ସେଇ ରାସ୍ତା ଦେଇ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, କୋମଲମତି ଶିଶୁ ଓ ସାଧାରଣ ଲୋକ ଯାତାୟାତ କରୁଛନ୍ତି । ଦୋକାନ ଗୁଡିକ ରେ କଟା ଛେଳି କୁ ଟଙ୍ଗା ଯାଇଥାଏ । ଏହାର କୁ ପ୍ରଭାବ କୁନି କୁନି ଛାତ୍ର ଛାତ୍ରୀ ଙ୍କ ଉପରେ ପଡୁଛି ।

ତତ୍ ସଙ୍ଗେ ସଙ୍ଗେ ନିରାମିଷ ଖାଉଥୁବା ଲୋକ ଙ୍କ ଉପରେ ମଧ୍ୟ ଏକ ନକାରାତ୍ମକ ଓ କୁପ୍ରଭାବ ପଡୁଛି । ମାଂସ ଦୋକାନ ଗୁଡିକ ରେ ପରିଷ୍କାର ପରିଚ୍ଛନ୍ନତା କୁ ମଧ୍ୟ ଗୁରୁତ୍ୱ ଦିଆ ଯାଉ ନାହିଁ । ଅପରିଷ୍କାର ପରିବେଶ ଯୋଗୁଁ ସେଇ ଅଞ୍ଚଳ ର ବାତାବରଣ ଦୁର୍ଗନ୍ଧମୟ ରହୁଛି । ଏହା ସହିତ ଛେଳି କୁକୁଡ଼ା ର ବର୍ଯ୍ୟ ଅଂଶ କୁ ପାଖ ରେ ଯାଉବାବା ନାଳ ରେ ଫିଙ୍ଗି ଦିଆ ଯାଉଛି । ଯାହାକି ସେଇ ନାଳ ଜରିଆରେ ଯାଇ ମହାନଦୀ ରେ ମିସୁଛି ଓ ମହାନଦୀ ର ଜଳ ପ୍ରଦୂଷିତ ହେଉଛି । ମାଂସ ଦୋକାନୀ ମାନେ ନିଜ ନିଜ ଦୋକାନ ର ପରିବେଶ କୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ବର୍ଯ୍ୟ ଅଂଶ କୁ ସରକାରୀ ନିୟମାନୁଯାୟୀ ପ୍ରକୃତ ସ୍ଥାନ ରେ ଫିଙ୍ଗିବା ଉଚିତ । ସମସ୍ତ ପ୍ରସଙ୍ଗ କୁ ତର୍ଜମା କଲେ ଗୋଟିଏ କଥା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ମାଂସ ଦୋକାନୀ ମାନେ କୌଣସି ପ୍ରକାର ର ସରକାରୀ ନିୟମ କୁ ଅନୁସରଣ କରୁ ନାହାଁନ୍ତି ।

ଏଣୁ, ସେଇ ଅଞ୍ଚଳ ର ଦୋକାନୀ ମାନଙ୍କୁ ମହାନଗର ନିଗମ ତରଫରୁ ରୁ ଯଥା ବିଧି ନୋଟିସ ଜାରି କରାଯାଉ । କଟା ଛେଳି ଓ କୁକୁଡ଼ା ମାଂସ କୁ ସର୍ବ ସାଧାରଣ ଙ୍କ ଦୃଷ୍ଟି ନ ପଡିବା ଭଳି ସ୍ଥାନ ରେ ରଖା ଯାଉ । ଆମିଷ ଦୋକାନୀ ଙ୍କ ପାଇଁ ମାନ୍ୟବର ହାଇ କୋର୍ଟ ର ରହିଥିବା ନିର୍ଦ୍ଦେଶ ନିୟମାବଳୀ ଓ ସର୍ତ୍ତାବଳୀ କୁ କଡାକଡି ଭାବେ ଲାଗୁ କରାଯାଉ । ସମସ୍ତ ବିଷୟ ରେ ଅବଗତ ହେଲା ପରେ ଓ ପୁଙ୍ଖାନୁପୁଙ୍ଖ ଆଲୋଚନା କଲା ପରେ ପୋୖରାୟୁକ୍ତ ରେହାନ ଖେତ୍ରୀ ଦାବୀ ଗୁଡିକ ଉପରେ ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା ଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ମଣ୍ଡଳ ରେ ସୁଶାନ୍ତ ପୁରୋହିତ, ସମୀର ରଞ୍ଜନ ବାବୁ, ଅଜିତ ବେହେରା, ସୋମିତ୍ର ଜ୍ୟୋତି, ଆଲୋକ ପଣ୍ଡା, ମାନସ ରଞ୍ଜନ ବକ୍ସି ପ୍ରମୁଖ ସମିଲ ଥିଲେ ।

error: Content is protected !!