Tuesday, December 3, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଖୁଣ୍ଟୁଣାପାଣି ରେ ପଞ୍ଚାୟତ ସ୍ତରୀୟ ଆଦିବାସୀ କଲ୍ୟାଣ ସଂଘର ବୈଠକ।

ଖୁଣ୍ଟୁଣାପାଣି ରେ ପଞ୍ଚାୟତ ସ୍ତରୀୟ ଆଦିବାସୀ କଲ୍ୟାଣ ସଂଘର ବୈଠକ।

ପାଟଣାଗଡ଼ (ସନ୍ତୋଷ ପଣ୍ଡ।)- ଡିସେମ୍ବର ୧୦ ତାରିଖରେ ଜିଲ୍ଲା ସ୍ତରୀୟ ବିର୍ସା ମୁଣ୍ଡା ଜୟନ୍ତୀ ଉତ୍ସବ ମହାସମାରୋହରେ ଯୋଗ ଦେବାପାଇଁ ଜିଲ୍ଲା ଆଦିବାସୀ କଲ୍ୟାଣସଂଘ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ପାଟଣାଗଡ଼ ବ୍ଳକ ବନାଇମେଣ୍ଡା ପଞ୍ଚାୟତ ଖୁଣ୍ଟଣାପାଣି ଗାଁ ର ଶିବ ମନ୍ଦିରର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସଂଘ ସଭାପତି ଯୁଗେଶ୍ଵର ଭୋଇ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଜିଲ୍ଲା କଲ୍ୟାଣ ସଂଘ ବ୍ଳକ ସଂପାଦକ ସାରଥି ବାଗ ମୂଖ୍ୟ ଅତିଥି,ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ ମୂଖ୍ୟ ବକ୍ତା,ସଂଗଠକ ହୃଷୀକେଶ ଭୋଇ, ମଦନ ମାଝୀ , ନୃସିଂହ ବେହେରା ପ୍ରମୁଖ ସମ୍ମାନିତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।

ଆସନ୍ତା ଡ଼ିସେମ୍ବର ୧୫ ତାରିଖରେ ବଲାଙ୍ଗୀର ଠାରେ ଜିଲା ସ୍ତରୀୟ ବିର୍ସା ମୁଣ୍ଡା ଜୟନ୍ତୀ ମହାସମାରୋହରେ ପାଳନ କରାଯିବ । ଏହି ଜୟନ୍ତୀ ଉତ୍ସବ ମହାସମାରୋହରେ ବହୁ ସଂଖ୍ୟାରେ ଯୋଗଦେବାକୁ ଅତିଥି ମାନେ ଅନୁରୋଧ କରିଥିଲେ। ପରେ ଗ୍ରାମ୍ୟ ଓ ପଞ୍ଚାୟତ ସ୍ତରୀୟ ଆଦିବାସୀ କଲ୍ୟାଣ ସଂଘ ନୂତନ ପରିଚାଳନା କମିଟି ଗଠନ କରାଯାଥିଲା । ପରେ ସଂଘ କୁ କିପରି ସଦୃଢ କରାଯାଇପାରିବ ଓ ନିଜ ହକ ଅଧିକାର ପାଇଁ ଲଢେଇ ଜାରିରଖିବା ସହ ଆଦିବାସୀ ମାନଙ୍କ ସାମାଜିକ ଅର୍ଥନୈତିକ ବିକାଶ କିପରି ଭାବରେ ଅଗ୍ରଗତି ହୋଇପରିବ ଏ ସଂପର୍କରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ଏଥିରେ ପିଣ୍ଟୁ ବୁଡେକ ,ପୂର୍ଣ୍ଣ ବୁଡେକ, ଘନଶ୍ୟାମ ଭୂଏ,ଅଭି ବରିହା, ହରିବନ୍ଧୁ ବରିହା, ନୃସିଂହ ବେହେରା,ବିଦ୍ୟା କତୁଆ,ପୁଡୁ ବନଗୁଲା , ସୁଦାମ ଦଳପତି, ଡିଲେଶ୍ଵର , ପଞ୍ଚା ବୁଡେକଙ୍କ ସହ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ । ଯୁଗେଶ୍ଵର ଭୋଇ ସଭା ପରିଚାଳନା କରିଥିବା ବେଳେ ପିଣ୍ଟୁ ବୁଡେକ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!