Tuesday, December 3, 2024
spot_imgspot_imgspot_img
Homeରାଜ୍ୟଖାଉଟି ଅଦାଲତରେ ଚକରକେନ୍ଦ୍ ଚାଷୀଙ୍କ ସପକ୍ଷରେ ନିର୍ଦ୍ଦେଶ : ଚାଷୀଙ୍କ କ୍ଳେମ ରାଶି ସହ କ୍ଷତିପୂରଣ...

ଖାଉଟି ଅଦାଲତରେ ଚକରକେନ୍ଦ୍ ଚାଷୀଙ୍କ ସପକ୍ଷରେ ନିର୍ଦ୍ଦେଶ : ଚାଷୀଙ୍କ କ୍ଳେମ ରାଶି ସହ କ୍ଷତିପୂରଣ ଦେବାକୁ ଫସଲବୀମା କମ୍ପାନୀ ଏଚ୍ ଡିଏଫସି ଏରଗୋକୁ ନିର୍ଦ୍ଦେଶ।

ବରଗଡ଼-ଖରିଫ -୨୦୨୧ରେ ହୋଇଥିବା କ୍ଷୟକ୍ଷତିର ଫସଲବୀମା କ୍ଳେମ ବରଗଡ଼ ବ୍ଲକ ଚକରକେନ୍ଦ୍ ପଂଚାୟତର ୨୫ ଜଣ ଚାଷୀ ପାଇବେ। ଜିଲ୍ଲା ଖାଉଟି ଅଦାଲତର ନିର୍ଦ୍ଦେଶ ଅନୁସାରେ ସମ୍ପୃକ୍ତ କମ୍ପାନୀ ଏଚ୍ ଡିଏଫସି ଏରଗୋକୁ ଚାଷୀ ମାନଙ୍କ ସମ୍ ଏସିଓଡ ଟଙ୍କା ସହ କ୍ଷତି ପୂରଣ ରାଶି ଗୋଟିଏ ମାସ ମଧ୍ୟରେ ପଇଠ କରିବାକୁ କୁହାଯାଇଥିବା ସୂଚନା ଦେଇଛନ୍ତି ଆଇନଜୀବି ସୁରେନ୍ଦ୍ର ପଣ୍ଡା।

ଯଦି ସମସ୍ତ ଟଙ୍କା ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ନମିଳେ ତାହାଲେ ବାର୍ଷିକ ୧୨% ସୁଧ ଅଧିକ ଦେବାକୁ ପଡିବ ବୋଲି ଅଦାଲତ ନିର୍ଦେଶ ଦେଇଥିବା ଶ୍ରୀ ପଣ୍ଡା ଓ ଚାଷୀ ମାନେ ଉପସ୍ଥିତ ରହି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ୨୦୨୧ ଖରିଫରେ ଚାଷୀ ମାନେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ପ୍ରିମିୟମ ପଇଠ କରି ବୀମା ଭୁକ୍ତ ହୋଇଥିଲେ । ସେହି ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚକରକେନ୍ଦ୍ ପଂଚାୟତରେ ଧାନ ଚାଷ ସାଙ୍ଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ।

ଯାହାର ସର୍ଭେ ମିଳିତ ଭାବେ କମ୍ପାନୀ ଓ ସରକାର ଙ୍କ ତରଫରୁ କରାଯାଇଥିଲା । କିନ୍ତୁ ଅନ୍ତିମ ସମୟରେ ଚକରକେନ୍ଦ୍ ପଂଚାୟତ ବାଦ ପଡ଼ି ଯାଇଥିଲା ଏହାକୁ ଚେଲେଞ୍ଜ କରି ଚାଷୀ ମାନେ ଖାଉଟି ଅଦାଲତରେ କେଶ୍ ଦାୟର କରିଥିଲେ ଯାହାକି ଗତ ୨୯ ଅକ୍ଟୋବରରେ ଚାଷୀଙ୍କ ସପକ୍ଷରେ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।ଚକରକେନ୍ଦ୍ ପଂଚାୟତର ୫୪. ୪୩% କ୍ଷତି ହୋଇଥିବା ତଥ୍ୟକୁ ଅଦାଲତ ସଂଜ୍ଞାନ ନେଲା ଏହି ମାମଲା ରେ ୨୫ ଜଣ ଚାଷୀଙ୍କ ମୋଟ ୫୧, ୮୯୭୬୬ ଟଙ୍କା ସମ୍ ଏସିଓଡ ହୋଇଥିଲା।

ଶ୍ରୀ ପଣ୍ଡାଙ୍କ କହିବା ଅନୁସାରେ ଯଦି କମ୍ପାନୀ ଅପିଲ କରେ ତାହେଲେ ମୋଟ ଅଙ୍କର ୫୦% ଟଙ୍କା ପ୍ରଥମେ ସରକାରୀ ତହବିଲରେ ଜମା କରିବାକୁ ପଡିବ ଓ ୧୨% ସୁଧ ଦେବାକୁ ପଡିବ ଯାହାକି କ୍ଷତିର ବ୍ୟାପାର ତେଣୁ ଏହାକୁ ଏଡାଇ ଦେଇ ଚାଷୀଙ୍କୁ ସିଧାସଳଖ ଦେଇ ଦେଲେ ଉତ୍ତମ ହେଵ। ଏହି ସାମ୍ବାଦିକ ସମ୍ମିଳନୀରେ ଚାଷୀ ମାନଙ୍କ ମଧ୍ୟରୁ ଘନଶ୍ୟାମ ସାହୁ, ମନୋରଞ୍ଜନ ଭୁଏ, ବିଭୁତି ଭୋଇ, ପ୍ରଦୀପ ଭୋଇ ଉପସ୍ଥିତ ଥିଲେ।

error: Content is protected !!