Saturday, March 7, 2026
Homeରାଜ୍ୟଖଲିଆପାଲିରେ ଯାଦବ ଭବନ ର ଉଦ୍ଘାଟନ କଲେ ବିଧାୟିକା ।

ଖଲିଆପାଲିରେ ଯାଦବ ଭବନ ର ଉଦ୍ଘାଟନ କଲେ ବିଧାୟିକା ।

ପଦ୍ମପୁର – ରାଜବୋଡ଼ାସମ୍ବର ବ୍ଳକ୍ ଅନ୍ତର୍ଗତ ଖଲିଆପାଲିରେ ଯାଦବ ଭବନ ଉଦଘାଟିତ ହୋଇଯାଇଛି। ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଅନୁମୋଦନ ଲାଭ କରିଥିବା ଏହି ମଣ୍ଡପ କୁ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯାଦବ ସମାଜ ଜିଲ୍ଲା ସଭାପତି ରାଜୁ ଘିଭେଲା, ଜମି ଦାତା ଗୋବର୍ଦ୍ଧନ ବାଗ, ବାଦିମାଳ ଗୌନ୍ତିଆ ଉପେନ୍ଦ୍ର ବାଗ ପଞ୍ଚାୟତ ସଭାପତି ଟିକେଲାଲ ବାଗ, ତୁଳାରାମ ପାଣ୍ଡେ, ପୂର୍ଣ୍ଣଚନ୍ଦ୍ର ମହାକୁର, ସଚ୍ଚିଦାନନ୍ଦ ବାଗ ଦେଇଥିବା ବେଳେ ମୋହନ ବଗର୍ତ୍ତୀ, ମୁକୁନ୍ଦ ନିଆଲ, ଶ୍ୟାମନନ୍ଦ ବାଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

error: Content is protected !!