Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଖରାମାଲ ପ୍ରଥମ ବିଦ୍ୟାଳୟରେ ବାର୍ଷିକୋତ୍ସବ ।

ଖରାମାଲ ପ୍ରଥମ ବିଦ୍ୟାଳୟରେ ବାର୍ଷିକୋତ୍ସବ ।

ପାଇକମାଲ-ପାଇକମାଲ ବ୍ଳକ ଜାମସେଠ ପଞ୍ଚାୟତ ଖରାମାଲ ପ୍ରାଥମିକ ବିଦ୍ୟାଳୟରେ ବେଣୁଧର ବେହେରାଙ୍କ ସଭାପତିତ୍ବରେ ଆମ ସଂସ୍କୃତି ଆମ ଖେଳଣା ଓ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ ପାଇକମାଳ ଭାରପ୍ରାପ୍ତ ବିଇଓ ରାଧେଶ୍ୟାମ ମେହେର, ମୁଖ୍ୟ ବକ୍ତା ଭାବେ ପାଇକମାଳ ଏବିଇଓ ଧଲେନ୍ଦ୍ର ବାରିକ ଓ ସମ୍ମାନୀତ ଅତିଥି ଭାବରେ ଶିକ୍ଷକ ବିଭୂତି ସାହୁ, ବିଆରଟି ବିରେନ୍ଦ୍ର ସାହୁ,

ସିଆରସିସି ବ୍ରଜକିଶୋର ଜେନା, ଉଗ୍ରସେନ ପ୍ରଧାନ, ବିଜୟ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବିଭିନ୍ନ ବିଭାଗରେ କୃତୀ ପ୍ରତୀଯୋଗୀମାନଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଏଥିରେ ଶିକ୍ଷୟିତ୍ରୀ ଶୀତଳ ମେହେର, ସ୍କୁଲ ପରିଚାଳନା କମିଟି ସଭ୍ୟ ସଭ୍ୟା ତଥା ଗ୍ରାମବାସୀମାନେ ସହଯୋଗ କରିଥିବା ବେଳେ ଶିକ୍ଷୟିତ୍ରୀ ରିଙ୍କି ପ୍ରଧାନ ଧନ୍ୟବାଦ ଦେଇଥିଲେ।

error: Content is protected !!