Monday, June 9, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଖରାମାଲରେ ଦେଶୀ ବିହନ ପରବ ଆରମ୍ଭ ।

ଖରାମାଲରେ ଦେଶୀ ବିହନ ପରବ ଆରମ୍ଭ ।

ପାଇକମାଳ-ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ଖରାମାଲ ଗାଁରେ ଅହିଂସା କ୍ଳବ୍ ପକ୍ଷରୁ ଦୁଇ ଦିନିଆ ଦେଶୀ ବିହନ ପରବ ଆରମ୍ଭ ହୋଇଯାଇଛି। ରବିବାର ସକାଳେ ଗୋ ପୂଜନ କରାଯାଇଥିଲା। ଜୟସିଂ ମାଝୀ ଓ ଭଗବତୀ ମାଝୀ , ପରମେଶ୍ବର ମାଝୀ ଓ ସୁଭଦ୍ରା ମାଝୀ,ଚରଣ ସିଂ ମାଝୀ ଓ କାନ୍ତି ମାଝୀ କର୍ତ୍ତା ଥିବା ବେଳେ ଅଶୋକ ସାହୁ ପୂଜକ ଥିଲେ। ଏହି ଅବସରରେ ଗ୍ରାମବାସୀ, ଆଖପାଖ ବହୁଚାଷୀ ଭାଇ ସମେତ ଅହିଂସା କ୍ଳବ୍ ସଭାପତି ଶିବ ପ୍ରସାଦ ସାହୁ ଉପସ୍ଥିତ ଥିଲେ। ଏହି ପରବ ପାଇଁ ମାଣ୍ଡୋସିଲ ଅଞ୍ଚଳରେ ଖରାମାଳ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।

ପରବ ଦେଖିବା ପାଇଁ ଖରାମାଳ ଗାଁକୁ ନିଜ ପ୍ରିୟଜନ, ବନ୍ଧୁ ବାନ୍ଧବ ତଥା ଆତ୍ମୀୟସୁଜନ ତଥା ଆଖପାଖ ଜିଲ୍ଲା ବହୁ ଚାଷୀ ଭାଇଭଉଣୀ ଦେଖିବାକୁ ଆସନ୍ତି । କାର୍ଯ୍ୟକ୍ରମରେ ନଳ ମାଝୀ,ଗୌର ଚରଣ ସାହୁ, ଗୋବର୍ଦ୍ଧନ ବରିହା, ରାମ ସିଂ ମାଝୀ, ଇଶ୍ଵର ମାଝୀ, ଡମ୍ବରୁଧର ମାଝୀ ସମେତ ଗ୍ରାମବାସୀ ସହଯୋଗ କରିଥିଲେ। ଆସନ୍ତାକାଲି ବିହୀନ ପରବକୁ ନେଇ ଗାଁ ପରିକ୍ରମା କରି ସଭା ହୋଇ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।

error: Content is protected !!