ପଦ୍ମପୁର-ସ୍ଥାନୀୟ ହନୁମାନ ପଡ଼ା ସ୍ଥିତ ହନୁମାନ ମନ୍ଦିର ପରିସରରେ ଜଗତଜନନୀ ମା ଶ୍ୟାମା କାଳୀଙ୍କ ପୁଜନୋତ୍ସବ କାର୍ଯକ୍ରମ ରବିବାର ସନ୍ଧ୍ୟାରେ ଖଣ୍ଡଧୂଆ ଯାତ୍ରା ସହ ଆରମ୍ଭ ହୋଇଯାଇଛି । ପଡ଼ାର ଶତାଧିକ ମହିଳା ଓ ପୁରୁଷ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ଏବଂ ସ୍ଥାନୀୟ କଣ୍ଟା ବନ୍ଧରୁ ପବିତ୍ର ଜଳ ଆଣି ପୁଜସ୍ଥଳରେ ସ୍ଥାପନ କରିଥିଲେ । ରାତ୍ରି 12ଟା ରେ ଚକ୍ଷୁଦାନ କରାଯାଇଥିଲା । ପଣ୍ଡିତ ଆତ୍ରହି ଭଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ପୂଜାକାର୍ଯ୍ୟ ସମ୍ପାଦନ ହେଉଥିବା ବେଳେ ଲଳିତ ଶତପଥୀ ସପତ୍ନିକ ଏଥିରେ କର୍ତ୍ତା ହୋଇଛନ୍ତି ।

ଆସନ୍ତା ଶୁକ୍ରବାର ଦିନ ମାଙ୍କ ଭସାଣୀ କାର୍ଯକ୍ରମ ରହିଥିବା ବେଳେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରତିଦିନ ଅପରାହ୍ନରେ ଆୟୋଜକ ସାର୍ବଜନୀନ କାଳୀ ପୂଜା କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସମସ୍ତ କାର୍ଯକ୍ରମ ସଭାପତି ଅଜିତ କୁମାର ଶତପଥୀ, ଉପସଭାପତି ପ୍ରିୟରଞ୍ଜନ ଭୋଇ ଓ ପ୍ରଫୁଲ୍ଲ ମିଶ୍ର, ସମ୍ପାଦକ ଆଦର୍ଶ ନାଥ, ସହସଂପଦକ ଅଜୁ ପଟ୍ଟନାୟକ, କୋଷାଧ୍ୟକ୍ଷ, ଶ୍ୟାମଳ ଦାସ, ସରୋଜ ମିଶ୍ର, ନରସିଂହ ପଟ୍ଟନାୟକ, ଅଶୋକ ବହିଦାର, ସୁବାଷ ପାତ୍ର, ପିଣ୍ଟୁ ନାଥ ପ୍ରମୁଖଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଉଛି ।



