ନୂଆପଡା(ଡୋଲେଶ୍ଵର ବାଗ)-ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଦୋହେଲପଡ଼ା ଠାରେ ସ୍ଥିତ ଦଳିତ ବସ୍ତିକୁ ସଡ଼କ ଯାତାୟତ ସମସ୍ୟା ଲାଗି ରହିଥିଲା। ପ୍ରଶାସନ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କୌଣସି ସମାଧାନ ହେଉନଥିଲା। ପୁରୁଣା ଦଳିତ ପଡ଼ା ରାସ୍ତା ଉପରେ ଆଣ୍ଠୁଏ କାଦୁଅ ପାଣି ଅଟକି ରହିଥିଲା। ଯାତାୟତ ସମସ୍ୟା ସୁଧାର ନ ଆସିବା ନେଇ ପ୍ରତିବାଦ କରି ଗ୍ରାମବାସୀ ମାନେ ଖଡ଼ିଆଳ – ଭବାନୀପାଟଣା ରାଜ୍ୟ ରାଜପଥକୁ ଦୋହେଲ ପଡ଼ା ଛକ ଠାରେ ଅବରୋଧ କରିଥିଲେ। ଏହାଦ୍ବାରା ଯାନ ବାହନ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଭାରିଯାନ ସବୁ ରାସ୍ତା ରେ ଅଟକି ରହିଛି। କେବଳ ସ୍କୁଲ ବସ ଓ ଆମ୍ବୁଲାନ୍ସକୁ ଛଡ଼ା ଯାଉଥିଲା।
ଏହି ଗ୍ରାମ ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଭାବରେ ଘୋଷିତ ହୋଇଛି। କିନ୍ତୁ ସମସ୍ୟାର ସମାଧାନ ହେଉନି। ସଡ଼କ ଉପରେ ଦୁର୍ଗନ୍ଧ ଜଳ ଅଟକି ରହିଥିବା ବେଳେ ପାଣି ଲୋକଙ୍କ ଘର ଭିତରକୁ ପଶି ଯାଉଛି। ଦୂଷିତ ଜଳ ଅଟକି ରହିବା କାରଣ ରୁ ମଶା,ମାଛି ,ଡେଙ୍ଗୁ, ମ୍ୟାଲେରିଆ, ହଇଜା ହେବାର ସମ୍ଭାବନା ରହିଛି। ପ୍ରଶାସନକୁ ଏନେଇ ବାରମ୍ବାର ଜଣାଇଥିଲେ। ଆଜି ତୁରନ୍ତ ନର୍ଦ୍ଦମା ନିର୍ମାଣ ହେଉଥିବା ବେଳେ ଜଳ ନିଷ୍କାସନ ବ୍ୟବସ୍ଥା ହାତକୁ ନେଇଛନ୍ତି। ଖଡିଆଳ ତହସିଲଦାର, ରାଜସ୍ବ ନୀରିକ୍ଷକ, ବ୍ଲକ ପ୍ରଶାସନ, ବିଭାଗୀୟ ଯନ୍ତ୍ରୀ ଓ ପୋଲିସ ବିଭାଗ ଉପସ୍ଥିତରେ ସମାଧାନ ହୋଇଛି।