ନୂଆପଡା(ଡୋଲେଶ୍ଵର ବାଗ)-ଖଡିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଶିବିରରେ ଅଭିଯୋଗକାରୀଙ୍କ ପାଇଁ ସ୍ବତନ୍ତ୍ର ବସିବା, ଛାଉଣୀ ଓ ପିଇବା ପାଣି ସୁବିଧା ହୋଇଥିଲା ।
ଆଜି ଶିବିରରେ ୭୭ ଟି ବ୍ୟକ୍ତିଗତ , ୯ ଟି ଗୋଷ୍ଠୀଗତ ମୋଟ ୮୬ ଟି ଅଭିଯୋଗର ଶୁଣାଣି କରି ଅତିଶିଘ୍ର ସମାଧାନ ପାଇଁ ବିଭାଗୀୟ ଅଧିକରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଗୋଇମୁଣ୍ଡି ଗାଁର ବୃଦ୍ଧା ଉର୍ମିଲା ଜଗତ ଙ୍କୁ ରେଡକ୍ରସ୍ ପାଣ୍ଠିରୁ ପାଞ୍ଚ ହଜାର ଟଙ୍କାର ତତ୍କାଳିନ ସହାୟତା ଯୋଗାଇ ଦିଆଯାଇଥିଲା l
ଅନ୍ୟମାନଙ୍କ ମଧ୍ୟରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ବ୍ଲକ୍ ଉପାଧ୍ୟକ୍ଷ ଗୌତମ ତାଣ୍ଡି , ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକତ୍ସାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l