Tuesday, May 13, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଡ଼.ପଦ୍ମଲୋଚନ ବର୍ମାଙ୍କୁ ବିଦାୟ ସମ୍ବର୍ଦ୍ଧନା ।

ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଡ଼.ପଦ୍ମଲୋଚନ ବର୍ମାଙ୍କୁ ବିଦାୟ ସମ୍ବର୍ଦ୍ଧନା ।

ନୂଆପଡା(ଡୋଲେଶ୍ଵର ବାଗ)-ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼ ପଦ୍ମଲୋଚନ ବର୍ମା କଣ୍ଟାବଞ୍ଜି ଧନ୍ଦାମୂଳକ ମହାବିଦ୍ୟାଳୟକୁ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି। ଖଡ଼ିଆଳ ସ୍ଵୟଂ ଶାସିତ ମହା ବିଦ୍ୟାଳୟରେ ଅଧକ୍ଷ ଡ଼. ତରୁଣ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ବିଦାୟ ସମ୍ବର୍ଦ୍ଧନା ପର୍ଵ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପିକା ଡ଼. ଗୀତାଶ୍ରୀ ପ୍ରିୟମ୍ବଦା ଅତିଥି ପରିଚୟ ପ୍ରଦାନ କରି ଡ଼ ବର୍ମାଙ୍କ କାର୍ଯ୍ୟକଳା ର ସ୍ମୃତି ଚାରଣ କରିଥିଲେ ।

ଯୁକ୍ତ ଦୁଇ ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ,ଅଧ୍ୟାପକ ଶ୍ରୀ ରାଜ କୁମାର ରତେ ,ଅଧ୍ୟାପକ ଶ୍ରୀ ସୁନିଲ କୁମାର ପାଢୀ ,ଅଧ୍ୟାପକ ଡ଼ ରଣବୀର ସିଂହ ,ଡ଼ ସରୋଜ କୁମାର ପଣ୍ଡା ,ଶ୍ରୀ ଧ୍ରୁଵ ପାତ୍ର , ଅଧ୍ୟାପିକା ରାଜଲଷ୍ମୀ ରଥ , ଅଧ୍ୟାପିକା କାଜଲ ମେହେର ,ଅଧ୍ୟାପିକା ରାଜେଶ୍ୱରୀ କରୁଆଁ , ଅଧ୍ୟାପିକା ସଂଗୀତା ନେତମ , ଶ୍ରୀମତୀ ରୀତା ବାରିକ ,ଅଧ୍ୟାପକ ଜବହାର ପଣ୍ଡା ପ୍ରମୁଖ ଡ଼ ବର୍ମା ଙ୍କ ସାହିତ୍ୟ ,ସଂସ୍କୃତି ,ସମାଜ ସେବା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ପ୍ରତିଉତ୍ତରରେ ଡ଼ ପଦ୍ମ ଲୋଚନ ବର୍ମା ଖଡ଼ିଆଳ ର ଐତିହାସିକ , ପରମ୍ପରା ଏବଂ ଉକ୍ତ ମହାବିଦ୍ୟାଳୟ ର ଗୋୖରବ ସମ୍ପର୍କରେ ଅବଗତ କରାଇଥିଲେ।

error: Content is protected !!