Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଖଇରପାଲି ୟୁଜିୟୁପି ସ୍କୁଲ ଠାରେ ବିଶ୍ବନାଟ୍ୟ ଦିବସ ପାଳିତ ।

ଖଇରପାଲି ୟୁଜିୟୁପି ସ୍କୁଲ ଠାରେ ବିଶ୍ବନାଟ୍ୟ ଦିବସ ପାଳିତ ।

ଅତାବିରା-ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନ ଲରାସରା ପଞ୍ଚାୟତ ଖଇରପାଲି ୟୁଜିୟୁପି ସ୍କୁଲ ଠାରେ ବିଶ୍ବନାଟ୍ୟ ଦିବସ ପାଳିତ ହୋଇଯାଇଛି। ଶିକ୍ଷା ସହିତ ଛାତ୍ରଛାତ୍ରୀ ମାନକଂ ମଧ୍ଯରେ ନାଟ୍ୟକଳା ଆଗ୍ରହ ସୁଷ୍ଟି କରିବା ସହିତ ନାଟକ ମାଧ୍ୟମରେ ସମାଜରେ ଏକ ସଚେତନତା ବାର୍ତ୍ତା ଦେବାକୁ ପ୍ରୟାସ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପରିବେଶ ସୁରକ୍ଷା ନାମକ ଏକ କ୍ଷୁଦ୍ର ନାଟକ ପ୍ରଦର୍ଶନ କରିଥିଲେ। ଆରମ୍ଭରେ ବରିଷ୍ଠ ଶିକ୍ଷକ ରତ୍ନାକର ମହାପାତ୍ର ବିଶ୍ବନାଟ୍ୟ ଦିବସର ଉଦ୍ଦେଶ୍ଯ ଞାପନ କରିଥିଲେ। ନାଟ୍ୟକାର ମନୋଜ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପୂର୍ଣ୍ଣିମା ପଟ୍ଟନାୟକ, ସୌମ୍ୟା ରାଉତ, ରାକେଶ ମହାକୁର, ପ୍ରଭାସିନି ଭୋଇ ପ୍ରମୁଖ ସହଯୋଗ କରିଥିଲେ।

error: Content is protected !!