Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଖଇରପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ବନମହୋତ୍ସବ ।

ଖଇରପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ବନମହୋତ୍ସବ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲରାସରା ପଞ୍ଚାୟତ ଅଧିନ ଖଇରପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏକ ରାଲି କରି ଗ୍ରାମ ପରିକ୍ରମା କରି ଗଛ ଲଗାଇବା ପାଇଁ ଲୋକଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ଓ ଖଇରପାଲିରୁ କର୍ମୀଟିକ୍ରା ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ପ୍ରକାରର ବୂକ୍ଷ ରୋପଣ କରିଥିଲେ।

ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମେହେରଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ମନୋଜ କୁମାର ଭୋଇ ସୁଦାମ ଭୁଏ, ପୂର୍ଣିମା ପଟ୍ଟନାୟକ,ଅଂଜଲି ପଧାନ, ଧର୍ମେନ୍ଦ୍ର ବାରିକ, ରାକେଶ ମହାକୁର, ରତ୍ନାକର ମହାପାତ୍ର, ପ୍ରଭାସିନୀ ଭୁଏ ପ୍ରମୁଖ ସହଯୋଗ କରିଥିଲେ।

error: Content is protected !!