Sunday, April 13, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିକ୍ଳବ ଫେଷ୍ଟ- ବର୍ଦ୍ଧନ କାର୍ଯ୍ୟକ୍ରମ ।

କ୍ଳବ ଫେଷ୍ଟ- ବର୍ଦ୍ଧନ କାର୍ଯ୍ୟକ୍ରମ ।

ବରପାଲି-ବରପାଲି ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ପରିସରରେ ବିଦ୍ୟାଳୟର ୨୫ବର୍ଷ ପୂର୍ତ୍ତି ଅବସରରେ ବରପାଲି ଓ ଡୁଙ୍ଗୁରିପାଲି ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ଦ୍ବୟର ମିଳିତ ମ୍ୟାଥମେଟିକସ ଓ କୁଇଜ କ୍ଲବ ପକ୍ଷରୁ ବର୍ଦ୍ଧନ- କ୍ଲବ ଫେଷ୍ଟ ୨୫ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଡି.ଆଇ.ଇ.ଟିର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଗିରିଧାରୀ ହୋତା, ସମ୍ମାନିତ ଅତିଥି ବ୍ଳକ ସି.ଆର୍. ସି.ସି. ଅଭିଭାବକ ବିଶେଷଜ୍ଞ ଆତିଶ ବେହେରା ଏବଂ ଅନ୍ୟତମ ସମ୍ମାନିତ ଅତିଥି ଅତାବିରା ସହାୟକ କୃଷି ଅଧିକାରୀ ଓ ବିଦ୍ୟାଳୟ ପୁରାତନ ଛାତ୍ରୀ ଅଙ୍କିତା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନଙ୍କ ଗହଣରେ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସୁନିତା ମୁଣ୍ଡ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ ମାଧ୍ଯମରେ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ ମଧୁସ୍ମିତା ମୁଣ୍ଡ ଓ ଉପାଧ୍ଯକ୍ଷ ସୁଶୀଳ କୁମାର ରଥ,ପ୍ରଶାସନିକ ଅଧିକାରୀ ଶ୍ରୀମତୀ ମିନତି ପ୍ରଧାନ ଉପସ୍ଥିତ ରହିଥିଲେ ।

ବିଦ୍ୟାଳୟ ପ୍ରିଫେଟ୍ ଶ୍ରଦ୍ଧା ସୁମନ ଦୀପ ଓ ଉପ ଅଧିନାୟକ ପ୍ରିୟାଂଶୁ ପ୍ରୀତମ ତ୍ରିପାଠୀ ଅତିଥିଗଣଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ପରେ ଜ୍ଞାନ ଓ ସଂଖ୍ୟାର ଶକ୍ତି ବିଷୟରେ ଏକ ଦଳଗତ ଆଲୋଚନା କରାଯାଇଥିଲା । ମୁଖ୍ୟ ଅତିଥି ଡ.ହୋତା ଉଦାହରଣ ମାଧ୍ୟମରେ ଦୈନନ୍ଦିନ ଜୀବନରେ ସଂଖ୍ୟାର ଶକ୍ତି ସଂପର୍କରେ ତାଙ୍କ ବକ୍ତବ୍ୟରେ ବୁଝାଇ ଥିଲେ l ଅଭିଭାବକ ବିଶେଷଜ୍ଞ ଶ୍ରୀଯୁକ୍ତ ବେହେରା ଗୁରୁକୁଳ ଶିକ୍ଷାଦାନରୁ ଗୁଗୁଲ ଶିକ୍ଷାଗ୍ରହଣ ଯାଏ ଗଣିତର ଗୁରୁତ୍ଵପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋଚନା କରିଥିଲେ l ପୁରାତନ ଛାତ୍ରୀ ସୁଶ୍ରୀ ପଣ୍ଡା ଅନୁଭୂତିରୁ ବିଦ୍ୟାଳୟ ଶିକ୍ଷା ହିଁ ଭବିଷ୍ୟତ ପଥ ନିର୍ଦ୍ଧାରଣ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ମଞ୍ଚାସୀନ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଦ୍ଵୟ ଅଭିଭାବକ ଛାତ୍ରଛାତ୍ରୀଙ୍କ ପ୍ରଶ୍ନଗୁଡିକର ଉତ୍ତର ପ୍ରଦାନ କରିଥିଲେ l

ପରେ ଅତିଥିଗଣ କ୍ଲବ ଆୟୋଜିତ କର୍ମଶାଳା ଉଦ୍‌ଘାଟନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପରିଶେଷରେ କ୍ଳବଗୁଡ଼ିକ ଦ୍ୱାରା ଆୟୋଜିତ ଗଣିତ ଓ କୁଇଜ୍ ସଂପର୍କୀତ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ବିଦ୍ୟାଳୟର ନିର୍ଦ୍ଦେଶିକା ଅତିଥିଗଣଙ୍କୁ ସ୍ମାରକ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ , ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସରକାରୀ ବାଳିକା ବିଦ୍ୟାଳୟ , ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିବା ସହ ଉଭୟ ଡୁଙ୍ଗୁରିପାଲି ଓ ବରପାଲିର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l

error: Content is protected !!