Saturday, March 7, 2026
Homeରାଜ୍ୟକ୍ଲଷ୍ଟର ସ୍ତରୀୟ ମାସିକ ବୈଠକ।

କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ।

ପାଟଣାଗଡ଼(ସନ୍ତୋଷ ପଣ୍ଡା)-ପାଟଣାଗଡ଼ ବ୍ଲକ ଗଙ୍ଗାସାଗର କ୍ଲଷ୍ଟର ଜୁନାପଦର ପ୍ରାଥମିକ ବିଦ୍ୟାଳୟ ଠାରେ ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ସିଆରସିସି ରାଜେଶ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଇଓ ଶଙ୍କର ପ୍ରସାଦ ମାଝୀ ଯୋଗଦେଇ ଶୈକ୍ଷିକ ସ୍ତରରେ ବିକାଶ କିପରି ହୋଇପାରିବ ମତ ପ୍ରକାଶ କରିଥିଲେ।

ସିଆରସିସି ଶ୍ରୀ ସାହୁ କ୍ଲଷ୍ଟର ସ୍ତରୀୟ ମାସିକ ଏଜେଣ୍ଡା ବିଷୟରେ ସବିଶେଷ ତଥ୍ୟ ରଖିଥିଲେ। ଏହି ବୈଠକରେ କ୍ଲଷ୍ଟରର ଅରୁଣ ତ୍ରିପାଠୀ, ସତ୍ୟବ୍ରତ ବେହେରା, ମଞ୍ଜୁଷା ଯୋଷୀ, ମଞ୍ଜୁ ପାଣିଗ୍ରାହୀ, ଯଶସ୍ୱିନୀ ପଣ୍ଡା, ଜୟଶ୍ରୀ ପାଢ଼ୀ, ମଞ୍ଜୁଲତା ସାହୁ, ନିରୁପମା ପୁରୋହିତ, ମଞ୍ଜୁଷା ଠାକୁର, ଶ୍ୟାମଳୀ ଦାସ, ମୀରା ଭୋଇ, ରଜନୀ କୁମ୍ଭାର, ଶକୁନ୍ତଳା ସେଠୀଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ।

error: Content is protected !!