Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିକ୍ଲଷ୍ଟରସ୍ତରୀୟ ଅବସରକାଳୀନ ଶିକ୍ଷକଙ୍କ ସମ୍ବର୍ଦ୍ଦନା ସଭା ଅନୁଷ୍ଠିତ।

କ୍ଲଷ୍ଟରସ୍ତରୀୟ ଅବସରକାଳୀନ ଶିକ୍ଷକଙ୍କ ସମ୍ବର୍ଦ୍ଦନା ସଭା ଅନୁଷ୍ଠିତ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଳକ୍ ଅନ୍ତର୍ଗତ ବୁଗବୁଗା କ୍ଲଷ୍ଟର ଅଧୀନ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଞ୍ଜିପାଲି ଠାରେ କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଅଛି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗରିଆଟିକ୍ରାର ପ୍ରଧାନ ଶିକ୍ଷକ ସନ୍ତୋଷ କର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ରୂପେ ଅବସର ପ୍ରାପ୍ତ ଶିକ୍ଷକ ତଥା ସେବକ ବିଭୂତି ଭୂଷଣ ସାହୁ, ବିଦ୍ୟାଳୟ ଚେୟାରମେନ କମଳାକାନ୍ତ ଭୋଇ, ସି.ଆର.ସି.ସି ନନ୍ଦିଘୋଷ ଭୁଏ ଏବଂ ବିଦାୟୀ ଶିକ୍ଷକ ବୃନ୍ଦ ମଞ୍ଚାସିନ ଥିଲେ ।

ଏହି ଅବସରରେ କ୍ଲଷ୍ଟର ର ଗତ ତିନିମାସ ମଧ୍ୟରେ ଅବସର ନେଇଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପଲସାପାଲି ର ପ୍ରଧାନ ଶିକ୍ଷକ ଶଶୀ ଭୋଇ, ସରକାରୀ ପ୍ରାଥମିକ ବିଦ୍ୟାଳୟ ବାବେଵିରା ର ସହକାରୀ ଶିକ୍ଷକ ଅଶୋକ କୁମାର ଦେହେରୀ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଳୁଣ୍ଡା ର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ବୁଡେକ ଙ୍କୁ ଉପଢ଼ୌକନ ଏବଂ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏଥିରେ କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ , ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ ।ଜହ୍ମାପଡ଼ା ସି.ଆର.ସି.ସି ରଞ୍ଜନ ବାଗ ସଭା ପରିଚାଳନା କରିଥିଲେ । ଏଥିରେ ଝିଲିମିଣ୍ଡା ସି.ଆର.ସି.ସି ଧରମ ନାଏକ , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବପ୍ରସାଦ ପଣ୍ଡା , ସହକାରୀ ଶିକ୍ଷକ ଜଗମୋହନ ଭୁଏ,ରଞ୍ଜିତା କ୍ଷେତି ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ସହଯୋଗ କରିଥିଲେ । ବିଦ୍ୟାଳୟର ଚେୟାରମେନ ସମସ୍ତଙ୍କୁ ଧନ୍ୟବାଦ୍ କରିଥିଲେ ।

error: Content is protected !!