Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିକ୍ରୀଡାବିତ ସୀମା ଓ ଦୀପିକାଙ୍କ ସ୍ଵର୍ଣ୍ଣ ପଦକ ଲାଭ ।

କ୍ରୀଡାବିତ ସୀମା ଓ ଦୀପିକାଙ୍କ ସ୍ଵର୍ଣ୍ଣ ପଦକ ଲାଭ ।

ବରପାଲି-ହରିଆଣାର ମାନବ ରଚନା ବିଶ୍ଵ ବିଦ୍ୟାଳୟ,ଫରିଦାବାଦରେ ଅନୁଷ୍ଠିତ ଜାତୀୟ ଚମ୍ପିୟନସିପ ଫୁଟ ସାଲ ୨୦୨୬ କ୍ରୀଡା ପ୍ରତିଯୋଗିତାରେ ସ୍ପେସିଆଲ ଅଲମ୍ପିକ ଭାରତ, ଓଡିଶା ପକ୍ଷରୁ ସୀମା ପଟେଲ ଓ ଦୀପିକା କୁମ୍ଭାର କ୍ରୀଡାବିତ୍ ଅଂଶ ଗ୍ରହଣ କରି ସ୍ଵର୍ଣ୍ଣପଦକ ଲାଭ କରିଛନ୍ତି । ସରସ୍ଵତୀ ଭିନ୍ନକ୍ଷମ ତାଲିମ କେନ୍ଦ୍ର ତଥା ୟୁନିଫାଏଡ ଚମ୍ପିଅନ ସ୍କୁଲର ଏହି ଦୁଇ ଜଣ ଛାତ୍ରୀ ଫୁଟ୍ ସାଲ ପ୍ରତିଯୋଗିତାରେ ଭାଗ ନେଇ ସ୍ଵର୍ଣ୍ଣପଦକ ଲାଭ କରି ସଫଳତାର ସହ ଫେରିଛନ୍ତି । କୋଚ୍ ବିବେଶିଖା ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କନିଷ୍ଠ ବିଭାଗରୁ ସୀମା ପଟେଲ ଓ କୋଚ୍ ସସ୍ମିତା ରାଉତ ରାୟଙ୍କ ପ୍ରଶିକ୍ଷଣରେ ବରିଷ୍ଠ ବିଭାଗରୁ ଦୀପିକା କୁମ୍ଭାର ନିଜକୁ ପ୍ରସ୍ତୁତ କରି ଏହି ଗୌରବର ଅଧିକାରିଣୀ ହୋଇଛନ୍ତି । ପୂର୍ବରୁ ଏମାନେ ରାଜ୍ୟ ତଥା ଜାତୀୟ ସ୍ତରରେ ଖେଳି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।

ଆଗାମୀ ଦିନରେ ଅନ୍ତଜାତୀୟ ସ୍ତରରେ ହେବାକୁଥିବା ୱାର୍ଲଡ ଗେମ ଚୟନ ନିମନ୍ତେ ସେମାନେ ପ୍ରସ୍ତୁତ ହେବେ ବୋଲି କୋଚ୍ ମାନେ ଜଣାଇଛନ୍ତି । କ୍ରୀଡାବିତ୍ ଦ୍ବୟ ଜାତୀୟ ସ୍ତରରେ ସ୍ଵର୍ଣ୍ଣ ପଦକ ଲାଭ କରି ବରପାଲି ବ୍ଳକ, ବରଗଡ ଜିଲ୍ଲା ଓ ରାଜ୍ୟର ସ୍ପେସିଆଲ ଅଲମ୍ପିକ ଭାରତ ପରିବାର ପାଇଁ ଗୌରବ ଆଣିପାରିଛନ୍ତି । ସେମାନଙ୍କ ଏହି ଅଭୂତପୂର୍ବ ସଫଳତା ପାଇଁ ୟୁନିଫାଏଡ ଚମ୍ପିୟାନ ସ୍କୁଲ ଭାବେ ସ୍ଥାନୀୟ ଲିଟିଲ ଏଞ୍ଜେଲସ ପବ୍ଳିକ ସ୍କୁଲର ପ୍ରାତଃ ଅଧିବେଶନରେ ଛାତ୍ରଛାତ୍ରୀଗଣଙ୍କ ଉପସ୍ଥିତିରେ ବିଦ୍ୟାଳୟର ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡ,ପ୍ରଶାସନିକ ଅଧିକାରୀ ମିନତି ପଧାନ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉପହାର ପ୍ରଦାନ କରିଥିଲେ । ଏଥି ସହ ସ୍ପେସିଏଲ ଅଲମ୍ପିକ ଭାରତ ଓଡିଶା ଶାଖାର ସଭାପତି ସୁନିତା ମୁଣ୍ଡ, ସରସ୍ଵତୀ ସଂଘର କର୍ମକର୍ତ୍ତାଗଣ , ୟୁନିଫାଏଡ ଚମ୍ପିଆନ ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲର କର୍ମକର୍ତ୍ତାଗଣ ତଥା ଅଞ୍ଚଳ ବାସୀ ସେମାନଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି ।

error: Content is protected !!