Sunday, June 1, 2025
spot_imgspot_imgspot_img
Homeରାଜ୍ୟକ୍ରୀଡ଼ା ସଂଘ ପୁନରୁଦ୍ଧାର ନ ହେଲେ ଆନ୍ଦୋଳନ ଚେତାବନୀ ।

କ୍ରୀଡ଼ା ସଂଘ ପୁନରୁଦ୍ଧାର ନ ହେଲେ ଆନ୍ଦୋଳନ ଚେତାବନୀ ।

ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କଳା ଉପଖଣ୍ଡ କ୍ରୀଡାସଂଘ।

ପଦ୍ମପୁର-ବିଗତ ୩୦ – ୩୫ ବର୍ଷ ଧରି ପଦ୍ମପୁର ସବଡିଭିଜନ ସ୍ତରୀୟ କ୍ରୀଡା ସଂଘ ଅଚଳ ଅବସ୍ଥାରେ ପଡ଼ିରହିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଦାୟିତ୍ଵରେ ଥିବା ପ୍ରାଶାସନିକ ଅଧିକାରୀ ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଦୁଇ ମାସ ପୂର୍ବରୁ ଏକ ପ୍ରତିନିଧି ଦଳ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

ସଭାପତି ଦାୟିତ୍ଵରେ ଥିବା ଉପଜିଲ୍ଲାପାଳ ଏକ ମାସ ଭିତରେ ସମାଧାନ କରି ନୂତନ କମିଟି ଗଠନ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି କି ଯେ ,ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଗୁରୁବାର ବାଧ୍ୟ ହୋଇ ପୁଣି ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଯେଉଁ ଥିରେ କି ଆଗାମୀ ସାତ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଧାରଣା ଦେବେ ବୋଲି ଦାବି ପତ୍ରରେ ଉଲ୍ଲେଖ ରହିଛି ।

error: Content is protected !!