ବଙ୍ଗୋମୁଣ୍ଡା-କୋଶଲ ଯୁବ ଶକ୍ତି,ବଙ୍ଗୋମୁଣ୍ଡା ତରଫରୁ ବିଡିଓ ଜରିଆରେ ବଙ୍ଗୋମୁଣ୍ଡା ଠାରେ କୋସଲି ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବା ପାଇଁ ପ୍ରଧାନମଂତ୍ରୀ ଓ ମୁଖ୍ୟମଂତ୍ରୀଂକୁ ଦାବୀପତ୍ର ଦିଆହେଇଛି । ଦାବୀପତ୍ରରେ ଉଲ୍ଲେଖ ଅଛିଯେ କୋସଲି ଭାଷା ଠାରୁ କମ ବ୍ୟବହାର କରୁଥିବା ବୋଡୋ ଓ ଡୋଗରି ପରି ଭାଷା ଅଷ୍ଟମ ସୂଚୀରେ ସାମିଲ ହୋଇସାରିଛି ତାହେଲେ କୋସଲି କାହିଁକି ନୁହେଁ? ଦେଶର ୧୫ରୁ ଅଧିକ ରାଜ୍ୟରେ ଗୋଟିଏ ରୁ ଅଧିକ ସରକାରି ଭାଷା ପ୍ରଚଳନ ହେଉଥିବା ବେଲେ ଓଡିଶାରେ ଦୁଇଟି ସରାକରି ଭାଷା କାହିଁକି କରୁନାହାନ୍ତି ଓଡିଶା ସରକାର ବୋଲି ଦାବୀ ଉଠିଛି ।
କୋସଲିକୁ ଓଡିଶାର ଦ୍ୱିତୀୟ ସରକାରି ଭାଷା ରୂପେ ପ୍ରଚଳନ କଲେ ବିଶେଷକରି ପଶ୍ଚିମ ଓଡିଶାରେ ଶାସନ ପାଇଁ ସୁବିଧା ହୋଇପାରିବ । ଏହା ବ୍ୟତିତ ଓଡିଶାରେ ଯଦି ଉର୍ଦୁର୍ ଏକାଡେମୀ ସରକାର ଗଠନ କରିଛନ୍ତି ତାହେଲେ କୋସଲି ଭାଷା ସାହିତ୍ୟ ପାଇଁ ଏକାଡେମୀ ଗଠନ କରାଯାଉ ବୋଲି ଦାବି ହେଇଛି । ତଥା ବିଭିନ୍ନ ଆଦିବାସି ଭାଷାରେ ପ୍ରାଥମିକ ଶିକ୍ଷା ପ୍ରଚଳନ କରୁଛନ୍ତି ହେଲେ କୋସଲି ଛୁଆକୁ କାହିଁକି ତାର ମାତୃଭାଷାରେ ପାଠ ପଠିବା ପାଇଁ ବଂଚିତ କରାଯାଇଛି ବୋଲି ସରକାରଂକୁ ଦାବୀ କରାହେଇଛି ।
ଶୀଘ୍ର କୋସଲି ଭାଷୀ ଲୋକଂକ ଦାବୀ ଗୁଡିକୁ ସମ୍ମାନ ଜଣାଇ ଓଡିଶାର କୋସଲି ଲୋକମାନଂକ ଭାଷାଗତ ଅଧିକାର ତୁରନ୍ତ ପ୍ରଦାନ କରିବା ପାଇଁ ଦାବୀ ହୋଇଛି । ବିଡିତ୍ତ୍ୱ ଜିଲ୍ଲାପାଲଂକୁ ଦାବୀପତ୍ର ପ୍ରଦାନ ବେଲେ ବ୍ଲକ୍ କାର୍ଯ୍ୟକାରୀ ସଭାପତି ଦ୍ରୋପଦ ବାରିକ୍, ଉପ ସଭାପତି ନିଲକଣ୍ଠ ବାରିକ୍ ପ୍ରକାଶ ରଣା, ବଂଶୀ ଧର ବାଗ, ସଞ୍ଜୟ ଗହୀର, ରାଜୁ ହାତୀ ସମେତ ବହୁତ କୋଶଲି ଭାଷା ପ୍ରେମୀ ଉପସ୍ଥିତ ଥିଲେ।