Friday, January 24, 2025
spot_imgspot_imgspot_img
Homeରାଜ୍ୟକେୟାର ଇନ୍ସ୍ୟୁରାନ୍ସ ସୁବର୍ଣ୍ଣପୁର ଶାଖା ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

କେୟାର ଇନ୍ସ୍ୟୁରାନ୍ସ ସୁବର୍ଣ୍ଣପୁର ଶାଖା ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ) – ସୁବର୍ଣ୍ଣପୁର ସହରର ବ୍ଲକଛକ ଦୁର୍ଗାପୂଜା ମଣ୍ଡପ ଠାରେ କେୟାର ଇନ୍ସ୍ୟୁରାନ୍ସ ସୋନପୁର ଶାଖା ତରଫରୁ ସ୍ଵରାଜ ହସ୍ପିଟାଲ ଏଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ବଲାଙ୍ଗୀର ର ସୁଦକ୍ଷ ଡ଼ାକ୍ତର ଙ୍କ ସହାୟତା ରେ ଆଜି ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ମୁଖ୍ୟ ଅତିଥି ଭାବରେ କଳାପଥର ର ଏମପିଏସ୍ ତଥା ଯୁବନେତା ଅରବିନ୍ଦ ବାରିକ ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ଯୋଗଦେଇ ଉଦଘାଟନ କରିଥିଲେ। କେଆର ଇନ୍ସ୍ୟୁରାନ୍ସ ର ସିନିଅର ବିଏମ୍ ପ୍ରମୋଦ କୁମାର ମିଶ୍ର ଏହି ଶିବିରକୁ ପରିଚାଳନା କରିଥିଲେ।

ଏହି ଶିବିର ରେ ବିଭିନ୍ନ ବର୍ଗର ରୋଗୀ ଙ୍କ ରକ୍ତ ପରୀକ୍ଷା କରାଯାଇଥିଲାବେଳେ ୧୫୦ ଜଣ ରୋଗୀଙ୍କର ଡାକ୍ତରୀ ଚିକିତ୍ସା କରାଯାଇଥିଲା। ଏହି ଶିବିର ରେ ସ୍ଵରାଜ ହସ୍ପିଟାଲ ର ଶିଶୁରୋଗ ବିଶେଷଜ୍ଞ ଡଃ ପୁଷ୍ପାଞ୍ଜଳି ମିଶ୍ର,ଭେଷଜ ବିଶେଷଜ୍ଞ ଡଃ ପୂଜା ପଟ୍ଟନାୟକ , କ୍ଷିରାବ୍ଧି ନାୟକ ଓ ଚର୍ମ ବିଭାଗ ର ଡଃ ଅସ୍ମିତା ଦଲାଲ ଓ ନ୍ୟୁଟ୍ରିସିନ ବିଭାଗର ବିଶେଷଜ୍ଞ ଡାକ୍ତର ଝିଲ୍ଲି ପଧାନ ଯୋଗଦେଇ ବିଭିନ୍ନ ରୋଗୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରି ପରାମର୍ଶ ପ୍ରଦାନ କରିଥିଲେ ଏହି ଶିବିର ରେ ସୁଦାମ ବେହେରା , ସନ୍ତୋଷ କୁମାର ପୂଜାରୀ,ଦିପ୍ତିମୟୀ ସାହୁ, ରାମ ମେହେର,କମଳା ମେହେର, ପ୍ରଶାନ୍ତ ମିଶ୍ର,ସ୍ମିତାରାଣୀ ମିଶ୍ର ଓ କମଳାକାନ୍ତ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ l

error: Content is protected !!