Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିକେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ବିଭାଗ ରୁ ପ୍ରିୟାଂଶୁ କୁମାର ଜଗତ ସମ୍ବଲପୁରୀ ଢ଼ୋଲ୍ ରେ ବୃତ୍ତି...

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ବିଭାଗ ରୁ ପ୍ରିୟାଂଶୁ କୁମାର ଜଗତ ସମ୍ବଲପୁରୀ ଢ଼ୋଲ୍ ରେ ବୃତ୍ତି ପାଇବା ପାଇଁ ମନୋନୀତ ।

ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ପ୍ରିୟାଂଶୁ କୁମାର ଜଗତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ବିଭାଗ ଭାରତ ସରକାରଙ୍କ ତରଫରୁ ଓଡ଼ିଶାରୁ କେବଳ ଜଣେ ସମ୍ବଲପୁରୀ ଢ଼ୋଲ୍ ରେ ବୃତ୍ତି ପାଇବା ପାଇଁ ମନୋନୀତ ହୋଇଛନ୍ତି l ବର୍ତ୍ତମାନ ପ୍ରିୟାଂଶୁ କୁମାର ଜଗତ ପିଏମ୍ ଶ୍ରୀ ମାଣ୍ଡୋସିଲ ସରକାରୀ ଉଚ୍ଚ ବିଦ୍ୟାଳୟ ମାଣ୍ଡୋସିଲ ଠାରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି l ଏହି ଖବର ଶୁଣିବା ମାତ୍ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଟେଟେ, ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ, ଅଭିଭାବକ ଅଭିଭାବିକା ତଥା ମାଣ୍ଡୋସିଲ ଗ୍ରାମର ସମସ୍ତ କଳାକାର ଗ୍ରାମବାସୀଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଛି l

ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଥିବାରୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ପ୍ରିୟାଂଶୁ କୁମାର ଜଗତଙ୍କୁ ଧନ୍ୟବାଦ୍ ଓ ଶୁଭେଚ୍ଛା ଜଣାଇଛନ୍ତି l ପ୍ରିୟାଂଶୁଙ୍କ ଗୁରୁ ନିଜ ଅଜା ଟିକେଚନ ଜଗତ l ତାଙ୍କ ଅଜା ଜଣେ ପଶ୍ଚିମ ଓଡ଼ିଶାର ସଫଳ ସମ୍ବଲପୁରୀ ଢ଼ୋଲ୍ ବାଦକରେ ପ୍ରସିଦ୍ଧ l ଅଜାଙ୍କ ଢ଼ୋଲ୍ ବଜାଇବା ଦେଖି ଧୀରେ ଧୀରେ ସେ ଅଜାଙ୍କ ଠାରୁ ଢ଼ୋଲ୍ ବଜାଇବା ଶିକ୍ଷା ଲାଭ କରିଥିଲେ l ବାପା ଲଳିତ ଜଗତ ଜଣେ ସଫଳ ନାଟ୍ୟକାର ତଥା ନିର୍ଦ୍ଦେଶକ ବର୍ତ୍ତମାନ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ବିଭାଗ ତରଫରୁ ଫୋକ୍ ଥିଏଟର ( ଲୋକ ନାଟକ)ରେ ସିନିୟର୍ ଫେଲୋସିପ ପାଇ ଲୋକ ନାଟକ ଗୁଡ଼ିକୁ ଗବେଷଣା କରୁଛନ୍ତି l ମା ଆରତୀ ଜଗତ ସେ ମଧ୍ୟ ଜଣେ କଣ୍ଠ ଶିଳ୍ପୀ l ତାଙ୍କ ପରିବାରରେ ମଧ୍ୟ ଖୁସିର ଲହରୀ ଖେଳି ଯାଇଛି ।

error: Content is protected !!