Saturday, March 7, 2026
Homeରାଜ୍ୟକେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ଗ୍ରାମବାସୀ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ଗ୍ରାମବାସୀ ।

ଗାଇସିଲେଟ– ଆସନ୍ତା ଡ଼ିସେମ୍ବର ମାସରେ ହେବାକୁ ଥିବା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁର ୟୁପି ସ୍କୁଲର ଶତବାର୍ଷିକୀ ଉତ୍ସବ ସମାରୋହରେ ଯୋଗଦାନ କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଗୁଦେରପାଲି ଗାଁର ପୁରାତନ ଛାତ୍ରଛାତ୍ରୀ ଏବଂ ଶତବାର୍ଷିକୀ ଉତ୍ସବ କମିଟିର ଏକ ପ୍ରତନିଧି ଦଳ ସମ୍ବଲପୁର ସର୍କିଟ ହାଉସ ପହଞ୍ଚି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଥିଲେ।

ଆଗାମୀ ଦିନରେ ହେବାକୁ ଥିବା ଶତବାର୍ଷିକୀ ପାଳନ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ ଦେଇଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଖୁସି ସାବ୍ୟସ୍ତ କରିବା ସହ ସମୟ ଦେଇ ନିଶ୍ଚିତ ଭାବରେ ୟୁପି ସ୍କୁଲର ଶତବାର୍ଷିକୀ ଉତ୍ସବରେ ଯୋଗଦାନ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି।

error: Content is protected !!